Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଙ୍କ ଦଣ୍ଡପାଟ ଅଞ୍ଚଳ ବିଭିନ୍ନ ଗାଁ ପରିଦର୍ଶନ,ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୨୮/୦୬(ସନତ ପ୍ରଧାନୀ)
ଧର୍ମଗଡ ମଣ୍ଡଳୀ ନବ ନିର୍ବାଚିତ ବିଧାୟକ ସୁଧୀର ପାଟ୍ଟ ଯୋଶୀ ଙ୍କୁ ଧର୍ମଗଡ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମ ରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଜାରି ରହିଛି। ବିଧାୟକ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସିଧାସଳଖ ଭାବେ ଲୋକଙ୍କ ଅଭିଯୋଗ ଗ୍ରହଣ କରି ତତ୍କାଳୀନ ସମସ୍ୟା ର ସମାଧାନ କରୁଥିବା ବିଷୟ ଏବେ ଚର୍ଚ୍ଚାରେ ଆସିଛି।ଶୁକ୍ରବାର ଦିନ ଦଣ୍ଡପାଟ ଅଞ୍ଚଳ ର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ।ଗାଁ ଗାଁ ଯାଇ ଲୋକଙ୍କ ସହ ଆଲୋଚନା କରିବା ସମସ୍ୟା ବୁଝିଥିଲେ।ସମ୍ଭାବନା ସମସ୍ୟାକୁ ସଙ୍ଗେ ସଙ୍ଗେ ଫୋନ ମାଧ୍ୟମରେ ବିଭାଗୀୟ ଅଧିକାରୀ ଙ୍କୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଅଞ୍ଚଳ ର ପର୍ଲା ,ଜୟନ୍ତପୁର, ଛନ୍ଚାଣବାହେଲି ବେହେରାଗୁଡ଼ା ଧଅରପୁର,ଭାଲୁଚୁଆ ଆଦି ସ୍ଥାନ ଯାଇ ସାଧାରଣ ଜନତା ଙ୍କ ସହ ଆଲୋଚନା କରିଥୁବା ଜଣାପଡିଛି।ବିଧାୟକ ଲୋକଙ୍କ ଅଭିଯୋଗ ଶୁଣି ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଯାହା ଏବେ ବିଧାୟକ ଙ୍କ କାର୍ଯ୍ୟ ଶୈଳୀ କୁ ନେଇ ଚର୍ଚ୍ଚା ଜୋର ଧରିଛି।ଅଞ୍ଚଳ ଗସ୍ତ ବେଳେ ବିଧାୟକ ଙ୍କ ସମେତ ରାଜ୍ୟ ସଂଯୋଗକ ହିମାଂଶୁ ପଣ୍ଡା,ପର୍ଲା ମଣ୍ଡଳ ସଭାପତି ପରାସର ସାହୁ,ସମ୍ପାଦକ ସେତୁରାମ ଭକ୍ତ,ପୂର୍ବତନ ସଭାପତି -ସୁଧୀର ବାଗ,ଲକ୍ଷଣ ଗୋପାଳ,ତିରିଶ ଗୋପାଳ, ରଘୁମଣି ମେହେର,ତୁଳସୀ ଗୋପାଳ,ପରମାନନ୍ଦ ନାଏକ, ଗଗନେ ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories