Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିରିକିଟାରେ ବିଷାକ୍ତ ଛତୁ ଖାଇ ୧୦ ଗୁରୁତର, ୩ ଜଣଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର

ନୂଆପଡ଼ା:ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମରେ ବିଷାକ୍ତ ଛତୁ ଖାଇ ୧୦ ଜଣ ଗୁରୁତର ହୋଇଥିବା ଜଣାପଡିଛି। ବିଳମ୍ବିତ ରାତ୍ରୀରେ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆସି ଏମାନେ ଚିକିତ୍ସିତ ହେଉଥିଲେ। ସେଥିମଧ୍ୟରୁ ୩ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଚୁଲାମନି ମାଝୀ, ଲକ୍ଷ୍ମୀଧର ମାଝୀ, ନିଲେନ୍ଦ୍ରି ମାଝୀ ଙ୍କୁ, ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଅଛି। ବିଷାକ୍ତ ଛତୁ ଖାଇ ଆକ୍ରାନ୍ତ ହୋଇଥିବା ବୈଷ୍ଣବ ମାଝୀ, ପିଙ୍କି ମାଝୀ, ରୀମା ମାଝୀ, ଦେବାଶିଷ ମାଝୀ, ପର୍ଶୁରାମ ମାଝ, ପୂର୍ଣ୍ଣମୀ ମାଝୀ, ହେମକନ୍ତୀ ଧାରୁଆଙ୍କ ସ୍ବାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ବାଭାବିକ ଥିବା ଖଡିଆଲ ଉପଖଣ୍ଡ ଚିକିତ୍ସା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ