Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦନ ଶ୍ରମିକ ଙ୍କ ମୃତ୍ୟୁ, ଶବ ଆଣିବାକୁ ଥାନା ର ଦ୍ୱାରସ୍ଥ ହେଲେ ମୃତକ ଙ୍କ ସ୍ତ୍ରୀ।

କଳାହାଣ୍ଡି:୦୩/୦୭
ଦାଦନ ମୃତ୍ୟୁ ଯେମିତି କଳାହାଣ୍ଡି ଜିଲ୍ଲା ପାଇଁ ଅଭିଶାପ ପାଲଟିଛି ନୀତି କିଛି ଦିନ/ମାସ ବ୍ୟବଧାନ ରେ ଦାଦନ ଶ୍ରମିକଙ୍କ ମୃତ ଦେହ ଭିଟାମାଟି କୁ ଫେରୁଛି।।ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନା କୁ ଆସିଛି । କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ପଞ୍ଚାୟତ ତେନ୍ତୁଳିପଡା ର ଧନେଶ୍ୱର ପୋଟା ଙ୍କ ପୁଅ ଲୋକନାଥ ପୋଟା (୨୯) ଙ୍କ ବାଙ୍ଗାଲୋର ବେଳେଣ୍ଡୁରୁ ସଦର ପୋଲିସ ଷ୍ଟେସନ ଅଞ୍ଚଳ ରେ ରେ ମୃତ୍ୟୁ ହୋଇଥିବା ନେଇ ସାଥିରେ ଥିବା ଶ୍ରମିକ ବୁଧବାର ସକାଳେ ଫୋନ ଯୋଗେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। କାମ କରୁଥିବା ବେଳେ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର ମୃତକ ଲୋକନାଥ ଙ୍କ ସ୍ତ୍ରୀ ପଦ୍ମିନୀ ପୋଟା କୋକସରା ଥାନା ରେ ସ୍ଵାମୀ ଙ୍କ ମର ଶରୀର ଭିଟାମାଟି କୁ ଫେରାଇ ଆଣିବାକୁ ଗୁହାରି କରିଛନ୍ତି। ସୂଚନା ମତେ ଗତ ମାର୍ଚ୍ଚ ମାସରେ ଗ୍ରାମର ବେଣୁଧର ପୋଟା, କ୍ଷୀରସିନ୍ଧୁ ପୋଟା,ଟଙ୍କଧର ମାଝୀ,ଦୁଷ୍ମନ୍ତ ପୋଟା ଙ୍କ ସହ ମିଶି ଦାଦନ ଖଟିବାକୁ ବାଙ୍ଗାଲୋର ଯାଇଥିଲେ। ତେବେ ଆଜି ସକାଳେ ଭକ୍ତରାମ ପୋଟା ଫୋନ କରି ଲୋକନାଥ ର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ଙ୍କୁ ସୂଚନା ଦେଇଥିଲେ। ଅଭିଯୋଗ ପରେ କୋକସରା ପୋଲିସ ପକ୍ଷରୁ ବାଙ୍ଗାଲୋର ବେଳେଣ୍ଡୁରୁ ସଦର ପୋଲିସ କୁ ସୁଚିତ କରାଯିବା ସହ ଶବ ପଠାଇବା ପାଇଁ ବ୍ୟବସ୍ଥା କରିବାକୁ ହସ୍ତକ୍ଷେପ କରିବାକୁ କୁହାଯାଇଛି।