ପ୍ରେମ ସମ୍ପର୍କକୁ ନେଇ ଶାଳୀ ଭିଣେଇ ଙ୍କ ବିଷ ପିଇବା ଘଟଣା ଭିଣୋଇ ର ମୃତ୍ୟୁ ପରେ ଆଖି ବୁଜିଲେ ଶାଳୀ ।


କଳାହାଣ୍ଡି:୦୬/୦୭
ପ୍ରେମ ସମ୍ପର୍କ କୁ ନେଇ ଶାଳୀ ଓ ଭିଣୋଇ ବିଷ ପିଇବା ଘଟଣା ରେ ଗତ ଗୁରୁବାର ଦିନ ଭିଣୋଇ ର ମୃତ୍ୟୁ ହୋଇ ଥିବା ବେଳେ ଗତକାଲି ଶୁକ୍ର ବାର ସନ୍ଧ୍ୟା ରେ ଶାଳୀ ମଧ୍ଯ ସବୁ ଦିନ ପାଇଁ ଆଖି ବୁଜି ଦେଇଛି । କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପଲସପାନି ଗ୍ରାମରେ ଗତ ଗୁରୁବାର ଦିନ ବିଷପିଇ ଶାଳୀ-ଭିଣେଇ ଙ୍କ ଆତ୍ମହତ୍ୟା ଉଦ୍ୟମ ବେଳେ ଭିଣୋଇ ଙ୍କର ମୃତ୍ୟୁ ଘଟିଥିଲା।
ସୂଚନା ମତେ କୋକସରା ଥାନା ଅନ୍ତର୍ଗତ ପଲସପାଣି ଗ୍ରାମର ତୁଳସୀରାମ ନାଏକ, ଦହିଗାଁ (ଛତିଶଗଡ଼ ) ର ସୁନୀତା ବୋଡକିଆ ଙ୍କ ସହ ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ରହି ଥିଲା । ଉଭୟେ ସଂମ୍ପର୍କରେ ଶାଳୀ ଭିଣୋଇ ଥିଲେ। ତେବେ ଉଭୟ ବିବାହିତ ଥିଲେ ମଧ୍ୟ ପ୍ରେମ ସମ୍ପର୍କ ଜାରି ରହିଥିବାରୁ ଗତ ମଙ୍ଗଳବାର ରାତିରେ ଘରୁ ଚାଲି ଯାଇଥିଲେ । ଏ ନେଇ ଗୁରୁବାର ଦିନ ଉଭୟ ପରିବାର ଲୋକେ ଏକ ବୈଠକ କରି ଉଭୟ ଙ୍କୁ ଡକାଇ ସମାଧାନ ର ରାସ୍ତା ଖୋଜୁଥିଲେ । କିନ୍ତୁ ଏହି ସମୟ ରେ ଉଭୟ ଶାଳୀ ଓ ଭିଣେଇ ଆପୋଷ କଥା ବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ପିଇ ଦେଇଥିଲେ । ସେହିଠାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଓ ପରେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ଆଣି ଭର୍ତି କରିଥିଲେ । କିନ୍ତୁ ଡାକ୍ତର ଭିଣୋଇ ତୁଳସୀ ରାମ କୁ ମୃତ ଘୋଷଣା କରିଥିବା ବେଳେ ଶାଳୀ ସୁନୀତା ର ଚିକିତ୍ସା ଜାରି ରହିଥିଲା । ତେବେ ଦୀର୍ଘ ୨୪ ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ଜୀବନ ସହ ଲଢ଼ିବା ପରେ ସନ୍ଧ୍ୟା ରେ ସୁନୀତା ର ମୃତ୍ୟୁ ହୋଈ ଯାଇଛି । ଘଟଣା କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।