Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ପାଳନ।

କଳାହାଣ୍ଡି:୦୬/୦୭(ସନତ ପ୍ରଧାନୀ)
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ବନ ବିଭାଗ ପକ୍ଷରୁ ବନୀକରଣ ସୃଷ୍ଟି ଉଦ୍ଦେଶ୍ୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ଧର୍ମଗଡ ବନାଞ୍ଚଳ ବେହେରା ଫରେଷ୍ଟ ସେକ୍ସନ ପକ୍ଷରୁ ଶନିବାର ଡୁଡୁକାଠେଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବନ ମହୋତ୍ସବ ବେହେରା ଫରେଷ୍ଟର ସୀମା କୁମାରୀ ଧଙ୍ଗଡାମାଝୀ ଙ୍କ ତତ୍ୱାବଧାନ ରେ ପାଳନ କରାଯାଇଛି। ପରିବେଶ ସୁରକ୍ଷା ଓ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ହିଁ ଏକମାତ୍ର ବିକଳ୍ପ ଏଣୁ ଜଙ୍ଗଲ ର ସୁରକ୍ଷା ସହ ବୃକ୍ଷ ରୋପଣ କରି ଜଳବାୟୁ ପରିବର୍ତ୍ତନ ରୋକା ଯାଇ ପାରିବ ବୋଳି ସ୍ଥାନୀୟ ସରପଞ୍ଚ ହରିପ୍ରିୟା ନାଗ ମତ ରଖିଥିଲେ। ଏହି ଅବସରରେ ଫରେଷ୍ଟ ଗାର୍ଡ ନମିତା ବାଗ, ବିଭୁତି ନାଏକ, ପାରା ଫରେଷ୍ଟ କର୍ମଚାରୀ କ୍ଷତ୍ରିୟ ନାଏକ,ରାହୁଲ ସେଠି ଓ ପଞ୍ଚାୟତ ର ଜନ ପ୍ରତିନିଧିମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ।