Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁଢ଼ାରଜା ହାଇସ୍କୁଲ ଓ ଚନ୍ଦ୍ରଭାନୁ ହାଇସ୍କୁଲ ରେ ବନ ମହୋତ୍ସବ ପାଳନ।

କଳାହାଣ୍ଡି:୦୬/୦୭(ସନତ ପ୍ରଧାନୀ)
ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ୭୫ ତମ ବନ ମହୋତ୍ସବ ସପ୍ତାହ ପାଳନ ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ଅବସରରେ ବନ ବିଭାଗ ପକ୍ଷରୁ ବନୀକରଣ ସୃଷ୍ଟି ଉଦ୍ଦେଶ୍ୟ ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପାଳନ ହେଉଥିବା ବେଳେ ଧର୍ମଗଡ ବନାଞ୍ଚଳ କୋକସରା ଫରେଷ୍ଟ ସେକ୍ସନ ଓ ଜେଏମଏଫସି କୋର୍ଟ ପକ୍ଷରୁ ବ୍ଲକ ର ଚନ୍ଦ୍ରଭାନୁ ହାଇସ୍କୁଲ ଚିକିଲି ଠାରେ କୋକସରା ଫରେଷ୍ଟର ରଶ୍ମି ରଞ୍ଜିତା ନାଏକ, ଫରେଷ୍ଟ ଗାର୍ଡ ହିମାଦ୍ରୀ ତନୟା ବିଶି, ଜଗନ୍ନାଥ ନାଏକ, କୋର୍ଟ ର କର୍ମଚାରୀ ଦୀପକ ଟେଟେ, ଯଶୋବନ୍ତ ଶବର, ବେଣୁଧର ନାଏକ,ପ୍ରଧାନ ଶିକ୍ଷୟିତ୍ରୀ ଗାୟତ୍ରୀ କୁମାରୀ ଷଢଙ୍ଗୀ, ଶିକ୍ଷକ ଚିତ୍ତ ରଞ୍ଜନ ମହାନ୍ତି ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମିଶି ସ୍କୁଲ ପରିସରରେ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ବିଶ୍ୱ ପରିବେଶ ଗଠନ ରେ ସବୁଜ ବନ ର ଆବଶ୍ୟକତା ଏବଂ ବନୀକରଣ ପ୍ରତି ଯୁବ ସମାଜ ର ପ୍ରତିବଦ୍ଧତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଯାଇଛି। ସେହିପରି ଆମପାଣି ବୁଢ଼ାରଜା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗ ଙ୍କ ତତ୍ୱାବଧାନ ରେ ସ୍ଥାନୀୟ ସରପଞ୍ଚ ରୁକ୍ମଣୀ ବାଣୁଆ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ଙ୍କ ସହ ବୃକ୍ଷ ରୋପଣ କରି ଲଗାଇଥିବା ବୃକ୍ଷ କୁ ଯତ୍ନ ନେଇ ସେହି ଗଛ କୁ ସ୍କୁଲ କୁ ଉପହାର ଦେଇ ଯିବାକୁ ସଂକଳ୍ପ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories