Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ।

କଳାହାଣ୍ଡି:୦୭/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଭେଜିଗୁଡ଼ା କ୍ଲୁଷ୍ଟର ରେ କାର୍ଯ୍ୟରତ ଶିକ୍ଷକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଭେଜିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଦିଆଯାଇଛି। ବିଦାୟ ସମ୍ବର୍ଦ୍ଧନା ସଭାରେ ଶେଷଦେବ ମୁଣ୍ଡ ସଭାପତିତ୍ବ କରିଥିବାବେଳେ ମୁଖ୍ୟଅତିଥି ଭାବେ ଏବିଇଓ ତଥା ଗୋଷ୍ଟି କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ମୋହନ ଯୋଶୀ ,ସମ୍ମାନିତ ଅତିଥି ଭାବରେ ଦୁଇ ଜଣ ଏବିଇଓ ପ୍ରଭାତ କୁମାର ଖମାରୀ,ପୂର୍ଣ୍ଣଚନ୍ଦ୍ର ପଣ୍ଡା, ମୁଖ୍ୟ ବକ୍ତା ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ ଲଳିତ କୁମାର ନାଏକ, କ୍ଲଷ୍ଟର ସିଆରସିସି ଦେବେନ୍ଦ୍ର ରାଉତ, ରମାକାନ୍ତ ମାଝୀ, ଶ୍ରୀକାନ୍ତ ଦଳପତି,ଗୋଲଖ ବିହାରୀ ସିଂ,ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମରେ ରେଙ୍ଗାଳପାଲି ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଯଦୁମଣି ରାଉତ, ଭୂର୍ସିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଦୁର୍ଯ୍ୟୋଧନ ବାଗ ଏବଂ ପୂର୍ବତନ ଗୋଷ୍ଟି କେନ୍ଦ୍ର ସଂଯୋଜକ ଟିକେଚନ୍ଦ୍ର ମାଝୀ ଙ୍କୁ ବିଦାୟୀ କାଳୀନ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍ବାଗତ ବକ୍ତବ୍ୟ ବରିଷ୍ଟ ଶିକ୍ଷକ ଧର୍ମ ନିରଞ୍ଜନ ବେହେରା ପ୍ରଦାନ କରିଥିଲେ।ଶିକ୍ଷକ ଡମ୍ବରୁ ବାଗ ବିଦାୟୀ ସଙ୍ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମରେ ରତ୍ନାକର ଶବର,ଗଜାନନ ଶବର,ପ୍ରଣତି ଧଙ୍ଗଡା ମାଝୀ,ଜୟନ୍ତୀ ଶବର,ଦୀପଜାଳି ବାଗ,ରାହାସ ସାହୁ ,ମନୋରଞ୍ଜନ ମୁଣ୍ଡ,ତ୍ରିଲୋଚନ ଶବର ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ କୌଶିକ ଶବର ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ରଜନୀକାନ୍ତ ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories