Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୦୧୪ରୁ IPLରେ ଏତେ ମେଡେନ ଓଭର ଖେଳି ସାରିଛନ୍ତି ରାହୁଲ୍, ଜାଣିଲେ ବିଶ୍ଵାସ ହେବନି

ନୂଆଦିଲ୍ଲୀ: କେଏଲ ରାହୁଲଙ୍କ ନେତୃତ୍ଵାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟସ ବୁଧବାର ରାଜସ୍ଥାନ ରୟାଲ୍ସକୁ ୧୦ ରନରେ ପରାସ୍ତ କରିଛି। ବିଜୟ ସତ୍ତ୍ଵେ ବି ଦଳର ଅଧିନାୟକଙ୍କୁ ଖୁବ୍ ନିନ୍ଦା କରାଯାଉଛି। ବ୍ୟାଟିଂ ସମୟରେ ରାହୁଲଙ୍କୁ ଦୁଇଟି ଜୀବନଦାନ ମିଳିଥିଲେ ହେଁ ସେ ଏହାର ଫାଇଦା ଉଠାଇ ପାରି ନାହାନ୍ତି। ରାହୁଲ ନିଜର ଧିମା ବ୍ୟାଟିଂ ପାଇଁ ପୁଣି ଥରେ ପ୍ରଶଂସକଙ୍କ ନିଶାଣରେ ରହିଛନ୍ତି। ଉକ୍ତ ମ୍ୟାଚରେ ଲକ୍ଷ୍ନୌ ପ୍ରଥମେ ବ୍ୟାଟିଂ କରି ୧୫୪ ରନ କରିଥିଲା। ଜବାବରେ ରାଜସ୍ଥାନ ୧୪୪ ରନରେ ସୀମିତ ରହିଥିଲା।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଓପନିଂ କରିଥିଲେ ଅଧିନାୟକ କେଏଲ ରାହୁଲ ଓ କାଇଲ୍ ମେୟର୍ସ। ରାହୁଲ ପ୍ରଥମ ବଲ୍ ସମ୍ମୁଖୀନ ହୋଇଥିଲେ ଏବଂ ଟ୍ରେଣ୍ଟ ବୋଲ୍ଟ ବୋଲିଂ କରିଥିଲେ। ବୋଲ୍ଡ ଶାଣିତ ବୋଲିଂ କରି ପ୍ରଥମ ଓଭର ମେଡେନ ନେଇଥିଲେ। ଏହି କାରଣରୁ ରାହୁଲଙ୍କ ସହିତ ଏକ ଲଜ୍ଜାଜନକ ରେକର୍ଡ ଯୋଡି ହୋଇ ଯାଇଛି।

ଆଇପିଏଲ୍ ୨୦୧୪ରୁ ଏ ପର୍ଯ୍ୟନ୍ତ ମୋଟ୍ ୨୭ ମେଡେନ ଫିଙ୍ଗା ଯାଇଥିଲା। ଏଥିରୁ କେବଳ ୧୧ ମେଡେନ୍ ଓଭର କେଏଲ ରାହୁଲ ଖେଳିଛନ୍ତି। ଟି-୨୦ କ୍ରିକେଟରେ ଏହି ରେକର୍ଡ କୌଣସି ବି ବ୍ୟାଟର ପାଇଁ ଲଜ୍ଜାଜନକ। ଅନ୍ୟପଟେ ବୋଲ୍ଟ ଆଇପିଏଲରେ ପ୍ରଥମ ଓଭରରେ ସବୁଠୁ ଅଧିକ ମେଡେନ୍ ଓଭର ପିଙ୍ଗିଥିବା ବୋଲର ତାଲିକାରେ ଭୁବନେଶ୍ଵର କୁମାରଙ୍କ ସହିତ ଶୀର୍ଷରେ ପହଞ୍ଚି ଯାଇଛନ୍ତି। ବୋଲ୍ଟ ଏବଂ ଭୁବନେଶ୍ଵର ବିଶ୍ଵର ସବୁଠୁ ବଡ କ୍ରିକେଟ୍ ଲିଗରେ ୮-୮ ଥର ପ୍ରଥମ ମେଡେନ୍ ଓଭର ଫିଙ୍ଗିବାର ରେକର୍ଡ କରିଛନ୍ତି।

ଟ୍ରେଣ୍ଟ ବୋଲ୍ଡଙ୍କ ଏହି ସଂସ୍କରଣର ପ୍ରଥମ ଓଭରରେ ରେକର୍ଡ ଦମଦାର ରହିଛି। ଏ ପର୍ଯ୍ୟନ୍ତ ସିଜିନ ୧୬ରେ ସେ ୫ ଓଭରରେ ୨.୬ ହାର ସହିତ ୧୩ ରନ ବ୍ୟୟ କରିଛନ୍ତି ଏବଂ ୨୬ ଡଟ୍ ବଲ୍ ଫିଙ୍ଗିଛନ୍ତି। ଏଥିରେ ତାଙ୍କ ନାମରେ ୫ ସଫଳତା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ