Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଠେଇଛି ଚିତାମୁଣ୍ଡା ବାଙ୍କୀମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ, ଯାତାୟାତ ରେ ଅସୁବିଧା ଭୋଗୁଛନ୍ତି ଜନ ସାଧାରଣ।

କଳାହାଣ୍ଡି:୧୦/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରୁ ଧର୍ମଗଡ ବ୍ଲକ କୁ ସଂଯୋଗ କରୁଥିବା ଚିତାମୁଣ୍ଡା ଭାୟା ଡାଲଗୁମା ଠାରୁ ବାଙ୍କିମୁଣ୍ଡା ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବତନ ବିଧାୟକ ମୋୖଷଧି ବାଗ ଭିତ୍ତି ପ୍ରସ୍ତର ସ୍ଥାପନ କରି ଉଦଘାଟନ କରିଥିଲେ। ବର୍ତ୍ତମାନ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ଧର୍ମଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଜୈନିକ ଠିକାସଂସ୍ଥା କାର୍ଯ୍ୟ ହାତକୁ ନେଇଥିବା ବେଳେ ବିଭାଗୀୟ କାର୍ଯ୍ୟଦେଶ ରେ ୫,୧୩୦ କିମି ରାସ୍ତା କାର୍ଯ୍ୟ ଚିତାମୁଣ୍ଡା ଭାୟା ଡାଲଗୁମା ଦେଇ ବାଙ୍କିମୁଣ୍ଡା ରେ ପୁର୍ତ୍ତ ବିଭାଗ ରାସ୍ତା ସହ ସଂଯୋଗ ହେବ। ତେବେ ସୂଚନା ଫଳକ ରେ କାର୍ଯ୍ୟ ଆରମ୍ଭ ୧୩/୧୨/୨୩ ଓ କାର୍ଯ୍ୟ ଶେଷ ୧୨/୦୬/୨୪ ରହିଥିବା ବେଳେ ଅବଧି ଶେଷ ପରେ ମଧ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ଅଧ ପହନ୍ତରିଆ ରହିଛି।ଜୈନିକ ଠିକାସଂସ୍ଥା କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ମନ୍ଥର ଗତି ରେ କାର୍ଯ୍ୟ କରୁଥିବା କାରଣରୁ ଲୋକେ ଯାତାୟାତ ରେ ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଠିକାସସ୍ଥା ପକ୍ଷରୁ ରାସ୍ତାରେ ମାଟି ପକାଇ ଦେଇଥିବା କାରଣରୁ ଅଳ୍ପ ବର୍ଷା ହେଲେ ରାସ୍ତା ରେ ରାସ୍ତା ରେ କାଦୁଅ ହେଉଥିବା କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏହି ରାସ୍ତା ଦେଇ କୋକସରା ବ୍ଲକ ର କୋକସରା, ମୂଷାପାଲି,ଡାଲଗୁମା,ରେଙ୍ଗାଳପାଲି,ଡହଗାଁ,ମାଝୀଗୁଡା,ଗମ୍ଭାରୀଗୁଡା, ଲଡୁଗାଁ, ପଞ୍ଚାୟତ ର ଲୋକେ ଧର୍ମଗଡ ଉପଖଣ୍ଡ କୁ ବିଭିନ୍ନ କାର୍ଯ୍ୟ ନେଇ ଯାତାୟାତ କରୁଥିବା ବେଳେ ନିର୍ମାଣାଧୀନ ରାସ୍ତା ର ଅବସ୍ଥା ଶୋଚନୀୟ କାରଣରୁ ଅନ୍ୟ ରାସ୍ତାରେ ଦେଇ ୧୦/୧୫ କିମି ବୁଲି ଯିବାକୁ ପଡୁଥିବା କହିଛନ୍ତି।ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସୁରେଶ ବାରିହା ଙ୍କ ପ୍ରତିକ୍ରିୟା ନେବାରୁ ବର୍ଷା ଯୋଗୁଁ ରାସ୍ତା ରେ କିଛି ସ୍ଥାନ ରେ କାଦୁଅ ହେଉଥିଲା ତେବେ ଠିକାସଂସ୍ଥା ରାସ୍ତା ରେ କ୍ରସର ଗୁଣ୍ଡ ପକାଇ ଲୋକଙ୍କ ଯାତାୟାତ ପାଇଁ ସାମୟିକ ଭାବେ ବ୍ୟବସ୍ଥା କରାଯାଇଛି। ଆଉ ଅଳ୍ପ ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ଶେଷ ହେବ ବୋଲି କହିଛନ୍ତି।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories