Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତୃତାକୁ କେନ୍ଦ୍ରକରି ଧାରୁଆ ଅସ୍ତ୍ରରେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ।

କଳାହାଣ୍ଡି:୧୦/୦୭
ବୁଧବାର ସକାଳୁ ପରୁଆଗୁଡ଼ା ଗାଁରେ ଘଟିଛି ଅଭାବନୀୟ ଘଟଣା। ଜଣେ ଯୁବକ ପୁର୍ବ ଶତୃତାକୁ କେନ୍ଦ୍ରକରି ଜନୈକ ମହିଳାଙ୍କୁ ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯେଉଁଥିପାଇଁ ମହିଳାଙ୍କ ଅନ୍ତଃ ବୁଜୁଳ ବାହାରି ଯାଇଥିବା ବେଳେ ଛାତିରେ ମଧ୍ୟ ଗଭୀର ଆଘାତ ଲାଗିଛି। ରକ୍ତମୁଖା ଯୁବକର ଆ୍ରମଣରେ ଜଣେ ୬ ମାସର ଶିଶୁ ମଧ୍ୟ ଘାୟଲ ହେଇଛି।
ସୂଚନା ଅନୁସାରେ ପରୁଆଗୁଡ଼ା ଗ୍ରାମର ବିଶ୍ଵନାଥ ପଟେଲଙ୍କ ପରିବାର ସହ ଦୈତାରି ପଟେଲଙ୍କ ପରିବାର ମଧ୍ୟରେ ଏକ ଘରଡିହକୁ ନେଇ ପୂର୍ବ ଶତୃତା ରହିଥିଲା। ଏହି ଶତୃତାକୁ କେନ୍ଦ୍ରକରି ବୁଧବାର ସକାଳେ ବିଶ୍ଵନାଥ ପରିବାରର କେହି ନଥିବାବେଳେ ଦୈତାରି ଏକ ଧାରୁଆ ଅସ୍ତ୍ରରେ ବିଶ୍ଵନାଥଙ୍କ ପତ୍ନୀ କୃଷ୍ଣ ପ୍ରୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ କୃଷ୍ଣପ୍ରୀୟାଙ୍କ ଅନ୍ତଃ ବୁଜୁଳା ବାହାରି ଯାଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି । ଅବସ୍ଥା ଗୁରୁତର ଥିବାରୁ ତାକୁ କଲମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ ରକ୍ତମୁଖା ଯୁବକର ଆ୍ରମଣରେ ଘାୟଲ ଶିଶୁ ସୁସ୍ଥ ରହିଛି। ଘଟଣା ସମ୍ଭଦ୍ଧରେ କଲମପୁର ପୋଲିସ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ଯୁବକକୁ ଧରି ନେଇ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
ରିପୋର୍ଟ—-ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories