Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାତି ସାଙ୍ଗକୁ ବଢୁଛି କୋଲ୍ଡ ଡ୍ରିଙ୍କସ୍‌, ଆଇସ୍‌କ୍ରିମ୍‌ର ଚାହିଦା

ପ୍ରଚଣ୍ଡ ତାତିରେ ସିଝୁଛି ସାରା ଦେଶ। ଅସମ୍ଭାଳ ତାତି ସାଙ୍ଗକୁ ଅସହ୍ୟ କରୁଛି ଗୁଳୁଗୁଳି। ସାରା ଦେଶରେ ଜାରି ରହିଛି ହିଟ ୱେଭ୍‌। ପରିସ୍ଥିତି ଏମିତି ହୋଇପଡ଼ିଛି ହେ ଏକ ନୂତନ ଏୟାର କଣ୍ଡିସନର କିଣିବା ପାଇଁ ମଧ୍ୟ ୫ରୁ ୭ ଦିନ ଅପେକ୍ଷା କରିବାକୁ ପଡ଼ୁଛି। ଏହାସହିତ ଭାରତରେ ବିଭିନ୍ନ ଶୀତଳତା ପ୍ରଦାନକାରୀ ସାମଗ୍ରୀଗୁଡିକର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ଆଇସ୍‌କ୍ରିମ୍‌, କୋଲ୍ଡ ଡ୍ରିଙ୍କସ୍‌ ଚକୋଲେଟ୍‌ର ଚାହିଦା ବହୁଳ ମାତ୍ରାରେ ବଢିଥିବା ଦେଖିବାକୁ ମିଳିଛି।

କିଛି ନିର୍ଦ୍ଦିଷ୍ଟ ସ୍ବାଦର ମୃଦୁ ପାନୀୟ, ଚକୋଲେଟ୍‌ ଓ ଆଇସ୍‌କ୍ରିମ୍‌ର ବିପୁଳ ମାତ୍ରାରେ ବିକ୍ରି ହେଉଛି। ଯାହା ଫଳରେ ବଜାରରେ ଏହି ସ୍ବାଦର ଥଣ୍ଡା ସାମଗ୍ରୀ ଉପଲବ୍ଧ ହୋଇପାରୁନାହିଁ। ବିଶେଷ କରି ଚକୋଲେଟ ଓ ବଟରସ୍କଚ୍‌ ଫ୍ଳେଭରର ଆଇସ୍‌କ୍ରିମ୍‌ ବଜାରରେ ମିଳୁନଥିବା ଜଣାଯାଇଛି। ଖାସ୍‌ କରି ପୂର୍ବ ଭାରତ, ପଞ୍ଜାବ ଏବଂ ହରିୟାଣାରେ ଏହି ସାମଗ୍ରୀଗୁଡିକର ଚାହିଦା ଅଧିକ ରହିଛି।

ଆଗକୁ ଆହୁରି ତାତି ବଢିବା ନେଇ ଆକଳନ କରାଯାଇଥିବା ବେଳେ ଶୀତଳତା ପ୍ରଦାନକାରୀ ଉତ୍ପାଦ ବିକ୍ରି କରୁଥିବା କମ୍ପାନୀଗୁଡିକର ରେକର୍ଡ ସ୍ତରରେ ଆୟ ହେବ ହେବାଲି ଅନୁମାନ କରାଯାଉଛି। ଇଲେକ୍ଟ୍ରୋନିକ୍ସ ସୋ ରୁମ୍‌ଗୁଡିକରେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳୁଛି। ଯଦି ଗରମରୁ ଆଶ୍ବସ୍ତି ନମିଳିବ ତେବେ ଜୁନ୍‌ ପର୍ଯ୍ୟନ୍ତ ଏହି ସବୁ ସାମଗ୍ରୀଗୁଡିକର ଚାହିଦା ଆହୁରି ବୃଦ୍ଧି ପାଇବ ଏବଂ ବିପୁଳ ମାତ୍ରାରେ ବିକ୍ରି ହେବା ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ