Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମଗଡ ମହିଳା ମହାବିଦ୍ୟାଳୟ ରେ କଳାହାଣ୍ଡି ସାଂସଦ ଓ ଧର୍ମଗଡ ବିଧାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।

କଳାହାଣ୍ଡି:୧୨/୦୭
କଳାହାଣ୍ଡି ର ମାନ୍ୟବର ସାଂସଦ ଶ୍ରୀମତୀ ମାଳବିକା ଦେଓ ଓ ଧର୍ମଗଡ ର ମାନ୍ୟବର ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଙ୍କୁ ଧର୍ମଗଡ ମହିଳା ମହାବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଧ୍ୟାପିକା ପ୍ରିୟମ୍ବଦା ଚାନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପକ ବଙ୍କିମ ଚନ୍ଦ୍ର ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ଆଇନଜୀବୀ ଚିନ୍ତାମଣି ପାତ୍ର କଲେଜ ର ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ସଭାରେ ମହିଳା ମହାବିଦ୍ୟାଳୟ ର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟି ଆକର୍ଷଣ କରି ମାନ୍ୟବର ସାଂସଦ ଓ ବିଧାୟକଙ୍କ ସହଯୋଗ କାମନା କରିଥଲେ। ବର୍ତ୍ତମାନର ବିଧାୟକ ୧୯୯୨ ମସିହାରେ କଲେଜ ର ଜଣେ ପ୍ରତିଷ୍ଠାତା ସଭ୍ୟ ହିସାବରେ ସ୍ମୃତି ଚାରଣ କରି ଏହି କଲେଜ କୁ ସରକାରୀ ମହାବିଦ୍ୟାଳୟ ରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଦାବୀ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ସାଂସଦ ମାଳବିକା ଦେଓ ସ୍ବାଗତ ସମ୍ବର୍ଦ୍ଧନା ପାଇଁ କୃତଜ୍ଞତା ଜ୍ଞାପନ କରି ତାଙ୍କ ବକ୍ତବ୍ୟ ରେ ସେ ବାଳିକା ଉଚ୍ଚ ବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ରେ ଶିକ୍ଷା ଲାଭ କରିଥିବା କହି ଛାତ୍ରୀଙ୍କ ସମସ୍ୟା ଓ ଅଧ୍ୟାପକ, ଅଧ୍ୟାପିକା ଙ୍କ ସମସ୍ୟା କୁ ଗୁରୁତର ସହ ନେବେ ବୋଲି ପ୍ରକାଶ କରିଥିଲେ। ସ୍ଥାନୀୟ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ ଦାଦା ଓ ମୁଁ ମିଶି ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଅନୁଦାନ ଆଣିବୁ ବୋଲି ପ୍ରକାଶ କରିଥିଲେ। ପ୍ରତିଷ୍ଠାତା ସଭ୍ୟ ହୃଷିକେଶ ମିଶ୍ର ମହାବିଦ୍ୟାଳୟ ରେ ଏକ ଅଡିଟୋରିଅମ, ଛାତ୍ରୀଙ୍କ ପାଇଁ କମନ୍ ରୁମ ସକାଶେ ଉଭୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
କଲେଜ ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପ୍ରିନ୍ସିପାଲ ପ୍ରିୟମ୍ବଦା ଚାନ୍ଦ ଧନ୍ୟବାଦ୍ ପ୍ରଦାନ କରିଥିଲେ।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories