Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଧାୟକ ଓ ଶିକ୍ଷକ ସଂଘ ରାଜ୍ୟ ସଭାପତି ଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ।

କଳାହାଣ୍ଡି:୧୩/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ପ୍ରାଥମିକ ଶିକ୍ଷକ ସଂଘ,ଜୟପାଟଣା ଏବଂ ରେଙ୍ଗାଳପାଲି କ୍ଲଷ୍ଟର ତରଫରୁ ଶନିବାର ସମ୍ବର୍ଦ୍ଧନା ସଭା ରେଙ୍ଗାଳପାଲି ପ୍ରାଥମିକ ବିଦ୍ୟାଳୟ ରେ ସଂଜୟ କୁମାର ପଣ୍ଡା ଙ୍କ ସଭାପତିତ୍ବ ସମ୍ବର୍ଦ୍ଧନା ଓ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ମାନ୍ୟବର ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ରାଜ୍ୟ ନିଖିଲ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ଧିରେନ୍ଦ୍ର କୁମାର ପଟ୍ଟନାୟକ ମୁଖ୍ୟବକ୍ତା , ସମ୍ମାନିତ ଅତିଥି ଭାବେ ଗଣେଶ ବେହେରା, ଭୁବନେଶ୍ବର ପଟ୍ଟନାୟକ, ସୁରେନ୍ଦ୍ର ମୋହନ ଯୋଶୀ, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଟିକେଚନ୍ଦ୍ର ମାଝି, ଥୁଆମୁଲ ରାମପୁର ସଭାପତି ଆଦିତ୍ୟ କୁମାର ନାୟକ, କୋକସରା ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଭୁରିଶ୍ରବା ଜାଲ, ଜିଲ୍ଲା କୋର କମିଟି ସଦସ୍ୟ ତପନ ବେହେରା,ରାମେଶ୍ୱର ଦୋରା, ଉପ ସଭାନେତ୍ରୀ ରଶ୍ମିତା ବେହେରା,ରେଙ୍ଗାଳପାଲି କ୍ଲଷ୍ଟର ସିଆରସି ରମାକାନ୍ତ ମାଝୀ ଉପସ୍ଥିତ ରହି ନିର୍ବାଚିତ ବିଧାୟକ ଶ୍ରୀ ଦିଶାରୀ ଓ ଶିକ୍ଷକ ସଂଘ ରାଜ୍ୟ ସଭାପତି ଙ୍କୁ ଉପଢୌକନ ସହ ସମ୍ବର୍ଦ୍ଧିତ କରିଥିଲେ। ଜୟପାଟଣା ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ଲଲିତ କୁମାର ନାଏକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।କାର୍ଯ୍ୟକ୍ରମ ରେ ପ୍ରମାସିନୀ ମହାନ୍ତି, ଟିକେଚନ୍ଦ୍ର ମାଝି, ଅରୁଣ ଠାକୁର, ଯଦୁମଣି ରାଉତ, ଦୁର୍ଯୋଧନ ବାଗ, ରୁକ୍ମଣୀ ବାଣୁଆ ଙ୍କୁ ସଂଘ ତରଫରୁ ବିଦାୟ କାଲିନ ସମ୍ବର୍ଦ୍ଧନା ଜ୍ଞାପନ ସହ ଉପଢୌକନ,ମାନପତ୍ର ପ୍ରଦାନ କରାଯାଇଥିଲା ।ମାନପତ୍ର ଶିକ୍ଷକ ମାଧବ ପଣ୍ଡା, ଦିବକର ପଟ୍ଟନାୟକ, ଶିକ୍ଷୟିତ୍ରୀ ଶାଶ୍ୱତି ମିଶ୍ର ପଠନ କରିଥିଲେ।କ୍ଲଷ୍ଟର ସମସ୍ତ ଶିକ୍ଷକ, ବିଦ୍ୟାଳୟ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।କାର୍ଯ୍ୟକ୍ରମକୁ ଶିକ୍ଷକ ସିଦ୍ଧାର୍ଥ ମିଶ୍ର ମଞ୍ଚ ସଂଯୋଜନା କରିଥିବା ବେଳେ ପ୍ରମୋଦ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories