ସ୍କୁଲ ଟଏଲେଟରେ ୭ମ ଶ୍ରେଣୀ ଛାତ୍ରଙ୍କୁ ୯ମ ଶ୍ରେଣୀ ଛାତ୍ରଙ୍କ ଯୌନ ନିର୍ଯାତନା


ଗୋଓ୍ବାଲିୟର: ଉତ୍ତର ପ୍ରଦେଶର ଗୋୱାଲିୟରରେ ଲଜ୍ଜାଜନକ ଘଟଣା । ଏକ ନାମୀଦାମୀ ସ୍କୁଲରେ ଛାତ୍ରଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ନିର୍ଯାତନାର ଶିକାର ଛାତ୍ର ୭ମ ଶ୍ରେଣୀରେ ପଢ଼ୁଛନ୍ତି ଓ ଯୌନ ନିର୍ଯାତନା ଦେଇଥିବା ଛାତ୍ର ୯ମ ଶ୍ରେଣୀର ବୋଲି ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଯୌନ ନିର୍ଯାତନାର ଶିକାର ଛାତ୍ର ସ୍କୁଲ ହଷ୍ଟେଲରେ ରୁହନ୍ତି । ଏଏସପି ନିରଞ୍ଜନ ଶର୍ମାଙ୍କ କହିବା ଅନୁଯାୟୀ, ପୀଡ଼ିତ ଛାତ୍ର ଜଣକ ସ୍କୁଲ ଟଏଲଟ ଯାଇଥିଲେ । ଏହି ସମୟରେ ୯ମ ଶ୍ରେଣୀ ଛାତ୍ର ଜଣଙ୍କ ତା’ ପଛେ ପଛେ ଟଏଲେଟରେ ପଶି ତା’ ସହ ଜୋରଜବରଦସ୍ତ ଯୌନ ସମ୍ପର୍କ ରଖିଥିଲା ।  ଏନେଇ ଛାତ୍ର ଜଣକ ପ୍ରିନ୍ସପାଲଙ୍କୁ ଜଣାଇଥିଲେ । ଘଟଣା ଜାଣିବା ପରେ ପ୍ରିନ୍ସିପାଲ ପୋଲିସକୁ ଖବର ଦେଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ୍‌ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ପୀଡ଼ିତ ଓ ଅଭିଯୁକ୍ତ ନାବାଳକ ।

ପୀଡ଼ିତଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଘଟଣା ପରେ ସେ ସମ୍ପୂର୍ଣ୍ଣ ଭୟଭୀତ ଅବସ୍ଥାରେ ଅଛନ୍ତି । ଅପରପକ୍ଷେ, ଅଭିଯୁକ୍ତ ନବମ ଶ୍ରେଣୀ ଛାତ୍ରଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।