ମଝି ସମୁଦ୍ରରେ ବୁଡ଼ିଲା ତେଲ ଟ୍ୟାଙ୍କର, ୧୩ ଭାରତୀୟ ସମେତ ୧୬ ନିଖୋଜ


ମସ୍କଟ: ଓମାନ ସମୁଦ୍ରରେ ବଡ଼ ଧରଣର ଦୁର୍ଘଟଣା । ମଝି ସମୁଦ୍ରରେ ବୁଡିଲା ଜାହାଜ । ୧୩ ଭାରତୀୟଙ୍କ ସମେତ ୧୬ ଜଣ ନିଖୋଜ । କୋମୋରିଆନ ଅଭିମୁଖେ ଯାଉଥିବା ତେଲ ଟ୍ୟାଙ୍କର ବୁଡିଯାଇଛି । ତେବେ ଜାହାଜ ବୁଡ଼ିବାର କାରଣ ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷେ ଓମାନ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ମାରିଟାଇମ ସିକ୍ୟୁରିଟି ସେଣ୍ଟର ପକ୍ଷରୁ ଏନେଇ କିଛି ସୂଚନା ଦିଆଯାଇନାହିଁ ।

ବୁଡି ଯାଇଥିବା ତେଲ ଟ୍ୟାଙ୍କରର ନାଁ ପ୍ରେଷ୍ଟିଜ ଫାଲକନ । ଏଥିରେ ୧୩ ଭାରତୀୟ ଓ ୩ ଶ୍ରୀଲଙ୍କା ନାଗରିକ ଥିଲେ । ଓମାନର ପୋର୍ଟ ଟାଉନ ଦୁଗମଠାରୁ ୨୫ ନଟିକାଲ ମାଇଲ ଦୂରରେ ଏହି ଅଘଟଣ ଘଟିଛି । ବର୍ତ୍ତାମାନ ରେସ୍କ୍ୟୁ ଅପରେସନ ଜାରି ରହିଛି ।