Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଖୁବ୍‌ ଶୀଘ୍ର ଆସିବ ୧୦୦ ଟଙ୍କିଆ କଏନ୍‌

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱତନ୍ତ୍ର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ର ୧୦୦ ଏପିସୋଡ ପୂରଣ ହେବାକୁ ଯାଉଛି। ଏହି ଅବସରରେ ୧୦୦ ଟଙ୍କିଆ କଏନ ଜାରି କରାଯିବ । ଏହି କଏନରେ ଲେଖାଯିବ ‘ମନ କି ବାତ ୧୦୦’ । ଏହି କଏନରେ ମାଇକ୍ରୋଫୋନ ରହିବ ଏବଂ ଏଥିରେ ୨୦୨୩ ବି ଲେଖା ରହିବ । ସୂଚନାଥାଉ କି, ୨୦୧୪ ଅକ୍ଟୋବର ୩ରେ ଦଶହରା ଦିନ ପ୍ରଥମ ଥର ପାଇଁ ପ୍ରଧାନମୋଦିଙ୍କ ମନ କି ବାତ ପ୍ରସାରଣ ହୋଇଥିଲା ।

ଏପ୍ରିଲ ୩୦କୁ ପିଏମ ମୋଦୀଙ୍କ ମନ କି ବାତ୍‌ ର ୧୦୦ ଏପିସୋଡ ପ୍ରସାରଣ ହେବ । ଏ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଦଳ ଚାହୁଁଛି ଯେ ଏହି ଏପିସୋଡ ସାରା ବିଶ୍ୱରେ ପ୍ରଚାର ହେଉ । ବିଜେପିର କହିବା ଅନୁଯାୟୀ, ମୋଦୀଙ୍କ ଲୋକପ୍ରିୟତା ଏବେ ବିଶ୍ୱ ବ୍ୟାପି । ତେଣୁ ସାରା ବିଶ୍ୱରେ ଏହାର ପ୍ରସାରଣ ହେବା ଦରକାର ।