Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଇଁ ମନ୍ତ୍ରୀ ଙ୍କୁ ନିମନ୍ତ୍ରଣ କଲେ ଜିଲ୍ଲା ସଙ୍ଘ ର କର୍ମକର୍ତ୍ତା।

କଳାହାଣ୍ଡି:୨୧/୦୭
ବିଶ୍ୱ ଆଦିବାସୀ ଦିବସ ଆସନ୍ତା ଅଗଷ୍ଟ ୯ ତାରିଖରେ ପାଳନ ହେବାକୁ ଥିବା ବେଳେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଙ୍କ ନେତୃତ୍ୱରେ ଗଣଶିକ୍ଷା ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ମୁଖ୍ୟ ଅତିଥି ଭାବେ ଆଦିବାସୀ ଦିବସ ରେ ନିମନ୍ତ୍ରଣ କରିବାକୁ ରବିବାର ଭୁବନେଶ୍ୱର ରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଙ୍ଘ ପକ୍ଷରୁ ନିମନ୍ତ୍ରଣ ପତ୍ର ଦେଇଛନ୍ତି। ନିମନ୍ତ୍ରଣ ପତ୍ର ପ୍ରଦାନ ଅବସର ରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ର ସଭାପତି ପ୍ରକାଶ ଚନ୍ଦ୍ର ମାଝୀ ଜିଲ୍ଲା ସମ୍ପାଦକ ସାଗର ମାଝୀ,କୋକସରା ବ୍ଲକ ଆଦିବାସୀ ସଂଘ ର ସଭାପତି,ହେମନ୍ତ ମାଝୀ ସାଧାରଣ ସମ୍ପାଦକ ତ୍ରିନାଥ ଶବର ପ୍ରମୁଖ ଉପସ୍ଥିତ ଥିଲେ।ଗଣଶିକ୍ଷା ମନ୍ତ୍ରୀ ଏହି ସମାରୋହରେ ଯୋଗଦେବାକୁ ସ୍ୱୀକୃତି ପ୍ରଦାନ କରିଥିବା ଜଣାପଡିଛି। ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ କୋକସରା ବ୍ଲକ ରେ ପାଳନ ହେବାକୁ ସ୍ତିରୀକୃତ ହୋଇଥିବା ନେଇ ଆଦିବାସୀ ସଂଘ କୋକସରା ବ୍ଲକ ସାଧାରଣ ସମ୍ପାଦକ ତ୍ରିନାଥ ଶବର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories