Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଛୁଲା ଠାରେ ଭତରା କର୍ମଚାରୀ ସଂଘ ର ବନ୍ଧୁମିଳନକାର୍ଯ୍ୟକ୍ରମ ଅନୁଷ୍ଠିତ।

କଳାହାଣ୍ଡି:୨୨/୦୭
କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଉଛୁଳା ଗ୍ରାମ ଠାରେ କଳାହାଣ୍ଡି ଜିଲ୍ଲା ଭତରା କର୍ମଚାରୀ ସଂଘର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କର୍ମଚାରୀ ସଂଘ ର ସଭାପତି ତୃପ କୁମାର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନ୍ଧୁମିଲନ କାର୍ଯ୍ୟକ୍ରମ ରେ କଳାହାଣ୍ଡି ଭତରା ସମାଜର ସଭାପତି କୈଳାଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି,ଭତରା ଜନ କଲ୍ୟାଣ ସମିତିର ଉପ-ସଭାପତି ଦୟାନିଧି ପୁଝାରୀ ମୁଖ୍ୟବକ୍ତା, ଜୟପାଟଣା ବ୍ଳକ ସଭାପତି ଦିଗାମ୍ବର ମାଝୀ, ଉଛୁଲା ସରପଞ୍ଚ ହେମନ୍ତ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦନ୍ତେବାଡା ରୁ ଅଣାଯାଇଥିବା ମା’ ଦନ୍ତେଶ୍ବରୀଙ୍କ ଫୁଲ୍ ବିନତୀକୁ ଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରା ରେ ବାହାରି ସଭାସ୍ଥଳରେ ପହଞ୍ଚି ଥିଲେ। ମଞ୍ଚରେ ଦେବାଦେବୀଙ୍କ ପୂଜାର୍ଚ୍ଚନା ପରେ ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି କ୍ରମରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଗୋପିଚନ ନାଏକ,ନିଳକଣ୍ଠ ମାଝୀ, ରାମକୃଷ୍ଣ ମାଝୀ, ଲୋକନାଥ ମାଝୀ ଓ କ୍ଷୀରୋଦ ମାଝୀଙ୍କୁ ସମ୍ମାନିତ କରାଯାଇଛି।ସେହିପରି ଦଶମ ଓ ଯୁକ ଦୁଇରେ କୃତିତ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚକୁ ସୁଧୀର ଧଙ୍ଗଡମାଝୀ ଓ ମହେନ୍ଦ୍ର ନିଆଲ ପରିଚାଳନା କରିଥିବାବେଳେ ଭୁବନେଶ୍ୱର ଦିଶାରୀ, ପରମେଶ୍ବର ଧ.ମାଝୀ, ବନ ଦଣ୍ଡସେନା, ଥବିର ଧ.ମାଝୀ ସମେତ ଉଛୁଲା ଆଞ୍ଚଳିକ ଭତରା ସମାଜର କର୍ମକର୍ତ୍ତା ମାନେ ସହଯୋଗ କରିପାରିଥିଲେ।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ