Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ,୩୦୭ ଅଭିଯୋଗ ଶୁଣାଣି।

କଳାହାଣ୍ଡି:୨୨/୦୭
କଳାହାଣ୍ଡି ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ସୋମବାର ଠାରୁ ପୁଣିଥରେ ଜନ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କ୍ରମରେ ବ୍ଲକ ର ଡୁଡୁକାଠେଙ୍ଗା ପଞ୍ଚାୟତ ରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରତି ପଞ୍ଚାୟତ ରେ ଲୋକଙ୍କୁ ଦୁଆର ମୁହଁରେ ସେବା ଓ ସମସ୍ୟା ର ସମାଧାନ ପାଇଁ ଏହି ଶିବିର ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି। କାର୍ଯ୍ୟକ୍ରମ ରେ ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ ଙ୍କ ଅଧ୍ୟକ୍ଷତାରେ ଜିପିଡ଼ିଓ ରାଜେନ୍ଦ୍ର ପାତ୍ର, ସମିତି ସଭ୍ୟା ପାର୍ବତୀ ବାଗ ,ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ବିଭାଗ କର୍ମଚାରୀ ସୌନ୍ଦର୍ଯ୍ୟ ନାଏକ, ମନରେଗା ବିଭାଗ କର୍ମଚାରୀ ଧନ ଗୁଣ୍ଠା,ଆଇସିଡିଏସ ବିଭାଗ କର୍ମଚାରୀ ପ୍ରିୟସିନୀ ତାଣ୍ଡି, ବିପିସି ଜିତେନ୍ଦ୍ର ମିଶ୍ର,ପିଇଓ କିଶୋର ନାଏକ, ଦିଲେଶ୍ୱର ଚଳାନ, ବିଆରସି କମକେଶ ଧ.ମାଝୀ, ଭିଏଲଡବ୍ଲୁ ବିଶ୍ୱରଞ୍ଜନ ବୋଡକିଆ, ନାଏବ ସରପଞ୍ଚ ଖଗେଶ୍ୱର ବାଣୁଆ ଉପସ୍ଥିତ ରହି ପଞ୍ଚାୟତ ର ବିଭିନ୍ନ ଗ୍ରାମ ରୁ ଆବାସ ଘର,ପିଡ଼ିଏସ, ଭତ୍ତା ଓ ଅନ୍ୟାନ୍ୟ ଅଭିଯୋଗ ଓ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ। ଜନ ଶୁଣାଣି ରେ ମୋଟ ୩୦୭ ଅଭିଯୋଗ ପଞ୍ଜିକୃତ ହୋଇଛି।।ହିତାଧିକାରୀଙ୍କ ସମସ୍ୟା ର ସମାଧାନ କରିବା ଦିଗରେ ପ୍ରୟାସ କରାଯିବା ନେଇ କହିଛନ୍ତି। ତେବେ ଜନ ଶୁଣାଣି ଶିବିର ରେ ଅନେକ ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା।କାର୍ଯ୍ୟକ୍ରମ କୁ ଏଡିଇଓ ଶିବରାମ ଗହୀର ଓ ପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories