ନୂଆପଡ଼ା:ଗାଁ ଠୁ ବିଜୁ ଏକ୍ସପ୍ରେସ୍ ସବୁ ରାସ୍ତା ବେହାଲ


ସମ୍ବଲପୁର:ନୂଆପଡ଼ା ଜିଲ୍ଲା ଗାଁ ଠୁ ସହର ଓ ୱାର୍ଡରୁ ବିଜୁ ଏକ୍ସପ୍ରେସ୍ ରାଜପଥ ସବୁ ବେହାଲ।ନେତା ଜନତା ଦୁର୍ଦ୍ଦଶା ର ଶୀକାର ହେଲେବି ମୁହଁ ଖୋଲୁନି କାହାର।ଅଥଚ ରାସ୍ତାର ଦୁରାବସ୍ତା ଦେଖିଲେ ସେଇଠିହିଁ ଅଟକି ଯିବ ବାଟୋଇ।ଏଭଳି ପରିସ୍ଥିତି ରେ ନୂଆଁପଡା ଜିଲ୍ଲାର ବିଭିନ୍ନ ରାସ୍ତାର ଅବସ୍ଥା।
ସିନାପାଲି ଯୋଗେନପଦର୍ ଛକର ବିଜୁ ଏକ୍ସପ୍ରେସ ରାଜପଥରେ ଥିବା ଗାତ ମରଣ ଯନ୍ତା ପାଲଟିଛି।ଫଳରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ଯୋଗେନପଦର୍ ଛକ ପୂର୍ବରୁ ଉଦନ୍ତୀ ନଦୀ ଉପରେ ଦୁଇ ଗୋଟି ବ୍ରିଜ ନିର୍ମାଣ ହୋଇଅଛି ।ବ୍ରିଜ ନିର୍ମାଣରେ ଅହେତୁକ ତୃଟି ଯୋଗୁଁ ଗୋଟିଏ ପଟେ ୪ ଇଞ୍ଚ ଦବିଲାଣି।ବିପଦ ସଙ୍କୁଳ ଅବସ୍ଥା ଥିବା କାରଣ ରୁ ନିର୍ମାଣ କାରୀ ସଂସ୍ଥା ବ୍ରିଜ ଉପରେ ଯାନବାହାନ ଚଳାଚଳ ବନ୍ଦ କରିଛନ୍ତି। ଫଳରେ ବ୍ରିଟିସ୍ ଅମଳରେ ନିର୍ମାଣ ହୋଇଥିବା ଉଦନ୍ତୀ ନଦୀରେ ଥିବା ପୁରାତନ ବ୍ରିଜ ଉପରେ ଏବେ ଯାତ୍ରୀଙ୍କ ଭରସା ହୋଇଛି।ଯୋଗେନପଦର୍ ଛକ ଠାରେ ବିରାଟ ଖାଲ ହୋଇଅଛି। ଯାହାକି ଯାତାୟତ ରେ ବାଧା ସୃଷ୍ଟି ହେଉଅଛି। ନିର୍ମାଣ ରେ ଅନେକ ତୃଟି ରହିଥିବା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ବଢ଼ୁଥିଲେବି ପ୍ରଶାସନ ଆଖି ମୁଜି ବସିଛି।
ଅନ୍ୟପଟେ ବୋଡ଼େନ ବ୍ଲକ ଖଏରା ଏବଂ ଆମେରା ଗ୍ରାମ ମଧ୍ୟରେ ଥିବା ବିଜୁ ଏକ୍ସପ୍ରେସ ରାଜପଥର ଅବସ୍ଥା ବାର ବାଜିଲାଣି। ନିର୍ମିତ ବ୍ରିଜ ଦବିବା ସହିତ ରାଜପଥ ଉପରେ ବର୍ଷା ଜଳ ଜମି ରହିବା କାର୍ଯ୍ୟ ନିବାହୀ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ଲଗାଇଛି ପ୍ରଶ୍ନ ଚିହ୍ନ। ବ୍ରିଜ ଦବିବା ଗ୍ରାମବାସୀ ମାନେ ଅଭିଯୋଗ କରିଥିବା ବେଳେ ଏହି ରାଜପଥ ମରାମତି ଦାୟିତ୍ବ କାହାର ନେଇ ଗ୍ରାମବାସୀମାନେ ପ୍ରଶ୍ନ କରିଛନ୍ତି। ବିଜୁଏକ୍ସପ୍ରେସ ସଡକ ଲାଇଫ ଲାଇନ କହିଥିବା ବେଳେ ବର୍ତ୍ତମାନ ତାହା ଲାଇଫ୍ ରିସ୍କରେ ପରିଣତ ହୋଇଛି। ତରବରିଆ ନିର୍ମାଣ କାର୍ଯ୍ୟ ପାଇଁ ଅନେକ ସ୍ଥାନ ରେ ରାସ୍ତା ଦବିବା ଯୋଗୁଁ ଯାତାୟତରେ ବାଧା ବିଘ୍ନ ଦେଖାଦେଇଛି। ଏହାର ଏକ ଉଚ୍ଚ ସ୍ତରୀୟ, ତଦନ୍ତ ପାଇଁ ଅଞ୍ଚଳବାସୀଙ୍କ ଦାବି ପ୍ରତି ଆଖି ମୁଜି ନଦେଇ ଏହାର ଆଶୁ ପ୍ରତିକାର ବ୍ୟବସ୍ଥା ପ୍ରତି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି ।ରାଜପଥ ଉପରେ ବର୍ଷା ଜଳ ଅଟକି ରହିବା ଫଳରେ ଯାତ୍ରୀଙ୍କ ପ୍ରତି ଏହା ବିପଦ ସାଜିଛି।କୌଣସି ସମୟ ରେ ଧସି ଯିବାର ମଧ୍ୟ ସମ୍ଭାବନା ରହିଛି।ଫଳରେ ଯାତାୟତ ସମ୍ପୂର୍ଣ୍ଣ ରୂପେ ବାଧା ପ୍ରାପ୍ତ ହେବାର ଆଶଙ୍କା ରହିଛି। ତେଣୁ ରାସ୍ତାର ମରାମତି ଅତି ଜରୁରୀ ହୋଇପଡିଛି।
ସେହିପରି ସହର ରାସ୍ତା ମଧ୍ୟ ଅତି ନଗନ୍ୟ। ଖଡିଆଳ ସହର ୱାର୍ଡ ନମ୍ୱର୍ ସାତ ରୁ ଗାନ୍ଧୀନଗର କୁ ସଂଯୋଗ କରିଥିବା ସଡ଼କ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ବୃଷ୍ଟିପାତ କାରଣରୁ ଖାଲ ଖାମାରେ ପରିପୂର୍ଣ ହୋଇଅଛି। ଏହି ସଡ଼କ ଉପରେ ୮ ଗୋଟି ସ୍ଥାନରେ ମେଟାଲ ଉପୁଡ଼ି ଯାଇଥିବା ଯୋଗୁଁ ବର୍ଷା ଜଳ ଅଟକି ଏହା ନର୍ଦ୍ଦମାରେ ପରିଣତ ହେଲାଣି।ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି କରିଛି। ଏହି ସଡ଼କ ଉପରେ ମଡେଲ ଡିଗ୍ରୀ କଲେଜର ଛାତ୍ର ଛାତ୍ରୀ, ଗାନ୍ଧୀ ନଗର ବାସୀ, ନୂତନ ରୂପେ ଆରମ୍ଭ ହୋଇଥିବା ଏ.ଏନ.ଏମ କେନ୍ଦ୍ର ସହ ଗ୍ରାମାଞ୍ଚଳ ବିଜେପୁର, ମଣ୍ଡୋଷିଲ, ଗୋଡଧାପଦର୍ କୁସମାଲକୁ ରାସ୍ତା ସଂଯୋଗ ହୋଇଛି। ଗାତ ହୋଇଥିବା ଯୋଗୁଁ ମଇଲା ଅବର୍ଜନା ପାଣି ଛାତ୍ର ଛାତ୍ରୀ ଓ ଯାତ୍ରୀଙ୍କ ଉପରେ ଛିଟିକି ପଡୁଛି।ଫଳରେ ଏହି ରାସ୍ତାରେ ଯାତାୟତ କରିବା ମଧ୍ୟ ଲୋକଲଜ୍ଜାର କାରଣ ପାଲଟିଛି। ଏହି ସଡ଼କ ଉପରେ ରାଜ୍ୟ ପାଣ୍ୟଗାରର ଭାରି ଯାନ ମାନେ ମଧ୍ୟ ଯାତାୟତ କରୁଅଛି।ଏହି ସବୁ କାରଣକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ବେହାଲ ହୋଇପଡିଥିବା ରାସ୍ତାର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସଚେତନ ନାଗରୀକ ପ୍ରଶାସନର ଦୃଷ୍ଟିକୁ ନେଇଛନ୍ତି।