Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗୁ ମ୍ୟାଲେରିଆ ନିରାକରଣ ଉପରେ ପ୍ରଶାସନିକ ଅଧିକାରୀ ଙ୍କ କର୍ମଶାଳା ଅନୁଷ୍ଠିତ।

କଳାହାଣ୍ଡି:୨୬/୦୭
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଶୁକ୍ରବାର.କୋକସରା ପଞ୍ଚାୟତ ସମିତି ସଭାଗୃହ ରେ ଡେଙ୍ଗୁ,ମ୍ୟାଲେରିଆ ନିରାକରଣ କୁ ନେଇ ବ୍ଲକ ପ୍ରଶାସନିକ ଅଧିକାରୀ ଓ ସ୍ଵାସ୍ଥ୍ୟ,ଶିକ୍ଷା, କୃଷି, ଗ୍ରାମ୍ୟ ପରିମଳ ବିଭାଗୀୟ ଅଧିକାରୀ,କର୍ମଚାରୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ତତ୍ୱଦର୍ଶୀ ଦାସ ଙ୍କ ଅଧ୍ୟକ୍ଷତାରେ କୋକସରା ବିଡ଼ିଓ ସ୍ନେହାପ୍ରଭା ମାଝୀ, ଜନ ସ୍ଵାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଶର୍ମିଳା ଛାତ୍ରୀଆ,ବିଆରସିସି ତୋଫାନ ମାଝୀ, ସିଆରସି ବୈକୁଣ୍ଠ ଜାଲ, ବିଏସଏସଓ ଦୀପକ କୁମାର ବେହେରା, ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ପରିମଳ ବିଭାଗ ଯଶୋବନ୍ତି ଭୋଇ, ବିପିଏମ ସୁରଜିତ କୁମାର ସିଂ ଉପସ୍ଥିତ ରହିଥିବା ବେଳେ ଭିବିଡିଟିଏସ ଦୁଷ୍ମନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବ୍ଲକ ରେ ଡେଙ୍ଗୁ ଓ ମ୍ୟାଲେରିଆ ଉପରେ ନିୟନ୍ତ୍ରଣ ପାଇଁ ପ୍ରଶାସନିକ ସ୍ତରରେ ଲୋକଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ଆଲୋଚନା କରିଥିଲେ।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories