Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଦୁଅ ପଚ ପଚ ରାସ୍ତା ପାଇଁ ତଳି ରୋଇ ପ୍ରତିବାଦ କଲେ ମଙ୍ଗଳପୁର ଗ୍ରାମବାସୀ।

କଳାହାଣ୍ଡି:୨୮/୦୭
ସ୍ୱାଧୀନତା ର ସତୁରି ଦଶକ ପରେ ମଧ୍ୟ ବଦଲିନାହିଁ ଉପାନ୍ତ ଅଞ୍ଚଳ ର ଚିତ୍ର। ରାଜ୍ୟ ସରକାର ଗ୍ରାମାଞ୍ଚଳରେ ଗମନାଗମନ କୁ ସରଳିକରଣ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଥିବା ବେଳେ ଆଜି ମଧ୍ୟ ବଦଲିନାହିଁ ଉପାନ୍ତ ଅଞ୍ଚଳ ର ରାସ୍ତାଘାଟ। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ର ମଙ୍ଗଳପୁର ଗାଁ ପାଇଁ ସତେ ଯେମିତି ସରକାରୀ ଯୋଜନା ଅପହଞ୍ଚ ହୋଇ ପଡିଛି। କୋକସରା ଓ ଧର୍ମଗଡ ବ୍ଲକ ସୀମାରେ ଥିବା ଏହି ଗ୍ରାମ କୁ ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତା ଖଣ୍ଡିଏ ନାହିଁ, ଫଳରେ ବର୍ଷ ବାରମାସ ମାଟି ରାସ୍ତା ରେ ଗ୍ରାମବାସୀ ଯାତାୟାତ କରୁଛନ୍ତି। ବର୍ଷ୧୨ ମାସ ମଧ୍ୟରୁ ବର୍ଷା ଦିନ ଆସିଲେ ଏହି ଗ୍ରାମବାସୀ ଙ୍କୁ ରାସ୍ତା ପାଇଁ।ଯମ ଯନ୍ତ୍ରଣା ଭୋଗିବାକୁ ପଡୁଛି। ବାରମ୍ବାର ପକ୍କା ରାସ୍ତା ରେ ସାମିଲ କରିବାକୁ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଏହି ଗାଁ ପ୍ରତି ସତେ ଯେମିତି କୌଣସି ଆନ୍ତରିକତା ନାହିଁ। ପ୍ରତି ବର୍ଷ ବ୍ଲକ ଅନୁଦାନ ରୁ ରାସ୍ତା ନିର୍ମାଣ ହେଉଛି,ହେଲେ ସ୍ଥାନୀୟ କୁଜି ନେତା ଙ୍କୁ ସୁହାଇଲା ଭଳି ନାମକୁ ମାତ୍ର ମାଟି ମୋରମ ପକାଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ କୁଜିନେତା ମାନେ ଲକ୍ଷ ଲକ୍ଷ ଟଙ୍କା ହେରଫେର କରୁଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରଶାସନ ନିକଟରେ ଦ୍ୱାରସ୍ଥ ପରେ ମଧ୍ୟ ରାସ୍ତା ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ମଙ୍ଗଳପୁର ଗ୍ରାମ ର ଶତାଧିକ ମହିଳା ପୁରୁଷ ମାନେ ପ୍ରତିବାଦ ସ୍ବରୂପ ଗାଁ କୁ ସଂଯୋଗ କରୁଥିବା କାଦୁଅ ପଚ ପଚ ରାସ୍ତାରେ ତଳି ରୋଇ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ଗ୍ରାମର ମଙ୍ଗରାଜ ନାଗ, ଗୌରଚନ୍ଦ୍ର ନାଗ, କେଶବଲାଲ ବିହାରୀ,ବେଣୁଧର ବିହାରୀ, ହରିଶଙ୍କର ନାଗ, ନରେନ୍ଦ୍ର ନିଆଁଲ, ହର ବାଗ, ଭିକାରୀ ନାଏକ, ଟଙ୍କଧର ଧରୁଆ, ମୋହିନୀ ନାଗ, ଗୌରୀ ବିହାରୀ, ନୁପୁର ବାଗ,କାମିନୀ ବାଗ,ମାଳତୀ ବିହାରୀ, ମଥୁରା ବିହାରୀ, ତୁଳଶୀ ନିଆଁଲ,ଲତା ବାଗ, ରତ୍ନା ନାଏକ ସମେତ ଶତାଧିକ ଗ୍ରାମବାସୀ ମାନେ ପ୍ରତିବାଦ କରିବା ସହ ଆଗାମୀ ଦିନରେ ରାସ୍ତା ପାଇଁ ବ୍ଲକ କାର୍ଯ୍ୟାଳୟ ରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories