Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଆରସିସି ପଦବୀ ରୁ ଅବ୍ୟାହତ ପରେ ସମ୍ବର୍ଦ୍ଧନା ଜଣାଇଲେ ଶିକ୍ଷକ ସମୂହ।

କଳାହାଣ୍ଡି:୨୮/୦୭
କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନରେ ଥିବା ଦର୍ଲିପଡ଼ା କ୍ଲଷ୍ଟର ସିଆରସିସି ସୁବାସ ଚନ୍ଦ୍ର ବାଗ ଙ୍କ ପଦବୀ ରୁ ଅବ୍ୟାହତ ପରେ ଦର୍ଲିପଡ଼ା କ୍ଲଷ୍ଟର ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସର ରେ ଏକ ସମ୍ବର୍ଦ୍ଧନା ସଭା ଦର୍ଲିପଡ଼ା ୟୁପି ସ୍କୁଲ ରେ ବରିଷ୍ଠ ଶିକ୍ଷକ ତଥା ପ୍ରଧାନ ଶିକ୍ଷକ ଲିଙ୍ଗରାଜ ନାଏକ ଙ୍କ ସଭାପତିତ୍ୱ ରେ ବରିଷ୍ଠ ଶିକ୍ଷକ ଉପେନ୍ଦ୍ର କୁମାର ସାହୁ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଶିକ୍ଷକ ବିର କିଶୋର ନାଗ, ଯୋଗଦେଇ ଦୀର୍ଘ ୫ ବର୍ଷ ଧରି ଦର୍ଲିପଡ଼ା କ୍ଲଷ୍ଟର ରେ ସିଆରସିସି ପଦବୀ ରେ ରହି ନିଜର ଦାୟିତ୍ୱ କୁ ସୁଚାରୁ ରୂପେ ନିର୍ବାହ କରିଥିବାରୁ ଶ୍ରୀ ବାଗ ଙ୍କୁ ଶୁଭେଚ୍ଛା ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି କାର୍ଯ୍ୟକ୍ରମ ରେ ଦର୍ଲିପଡ଼ା କ୍ଳଷ୍ଟର ର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ।ଶିକ୍ଷକ ଅଜିତ କୁମାର ସାହୁ ମଞ୍ଚ ସଂଯୋଜନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories