ବିଷ ପିଇ ଯୁବକଙ୍କ ଆତ୍ମହତ୍ୟା


ବେଲଗୁଣ୍ଠା,22/04, ବେଲଗୁଣ୍ଠା ପେଣ୍ଠ ସାହି ନିବାସୀ ପ୍ରଦୀପ କୁମାର ପରିଡ଼ାଙ୍କ ପୁଅ କାହ୍ନା କୁମାର ପରିଡ଼ା(23) ଗତ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି I ସୂଚନା ପ୍ରକାରେ ଗତ କାଲି ରାତିରେ କାହ୍ନା କୌଣସି କାରଣରୁ କୀଟନାଶକ ପିଇ ଦେଇଥୁଲେ I ଏହା ପରେ ସେ ବାନ୍ତି କରିବା ସହ ବିଷ ପିଇ ଦେଇଥିବା କଥା ନିଜ ମାଆକୁ କହିଥିଲେ I ସଙ୍ଗେ ସଙ୍ଗେ ପରିବାର ଲୋକ କାହ୍ନାଙ୍କୁ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ I କିନ୍ତୁ ସେଠାରେ ଡ଼ାକ୍ତର ନଥିବାରୁ କାହ୍ନାଙ୍କୁ ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲକୁ ନିଆଯାଇଥିଲା I ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାତି ଗୋଟାଏ ବେଳେ କାହ୍ନାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା I ଘଟଣା ନେଇ କାହ୍ନାଙ୍କ ବାପା ପ୍ରଦୀପ କୁମାର ପରିଡ଼ା ବେଲଗୁଣ୍ଠା ଥାନାରେ ଜଣାଇବା ପରେ ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏସ୍ଆଇ ମହେଶ୍ଵର ବେହେରା ଶବକୁ ଜବତ କରି କେଶ୍ ନମ୍ବର୍ 07/23 ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି I ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରଯାଇଛି I କାହ୍ନା ଅଞ୍ଚଳରେ ଜଣେ ଉତ୍ସାହୀ ଏବଂ ପରୋପକାରୀ ଯୁବକ ଭାବେ ସମସ୍ତଙ୍କ ନିକଟରେ ପ୍ରିୟ ପାତ୍ର ହୋଇପାରିଥିବା ବେଳେ ତାଙ୍କର ଆତ୍ମହତ୍ୟା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି I କାହ୍ନାଙ୍କ ଅମର ଆତ୍ମାର ଶାନ୍ତି ପାଇଁ ଆଜି ସନ୍ଧ୍ୟାରେ କାହ୍ନାଙ୍କ ସାଙ୍ଗସାଥୀଙ୍କ ପକ୍ଷରୁ ବେଲଗୁଣ୍ଠାରେ ଏକ କ୍ଯାଣ୍ଡେଲ ଶୋଭାଯାତ୍ରା କରାଯାଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି I