Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମୃତପାଲ ସିଂ ଗିରଫ

ଅମୃତସର: ପଳାତକ ଅମୃତପାଲ ସିଂ ଗିରଫ। ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ସେ ପ୍ରଥମେ ଆତ୍ମସମର୍ପଣ କରିଥିଲା। ପରେ ପୋଲିସ ତାକୁ ଗରିଫ କରିଛି। ୩୬ ଦିନ ପରେ ପୋଲିସ ଜାଲରେ ପଡ଼ିଛି ଅମୃତପାଲ। ଅଜନାଲ ଘଟଣା ପରେ ସେ ଫେରାରଥିଲା। ପଳାତକଙ୍କ ପତ୍ନୀ କିରଣଦୀପ କୌରଙ୍କୁ ତିନି ଦିନ ପୂର୍ବେ ଅମୃତସର ବିମାନ ବନ୍ଦରରେ ଗୁରୁବାର ଅଟକ ରଖିଥିଲା ପୁଲିସ।

ଉଲ୍ଲେଖଯୋଗ୍ୟ, ଅମୃତପାଲର ସମସ୍ତ ସହଯୋଗୀଙ୍କୁ ଗିରଫ କରିସାରିଛି ପୋଲିସ। ଏଵେ ସମସ୍ତଙ୍କୁ ପଚରାଉଚରା କରୁଛି। ଅମୃତପାଲଙ୍କୁ ଦିବ୍ରୁଗଡ ଜେଲକୁ ପଠାଯାଇପାରେ ବୋଲି ଜଣାପଡ଼ିଛି।

ଅମୃତପାଲର ପ୍ରାଥମିକ ଲିଙ୍କ୍ ଆଇଏସଆଇ ସହିତ ରହିଛି ବୋଲି ପ୍ରାରମ୍ଭିକ ସୂଚନା ପାଇବା ପରେ କେନ୍ଦ୍ର ସରକାର ମଧ୍ୟ ସତର୍କ ହୋଇଥିଲେ। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଅମୃତପାଲ ସିଂ ତାଙ୍କ ଗୁପ୍ତଚର ଏଜେନ୍ସି ଇଣ୍ଟର ସର୍ଭିସେସ୍ ଇଣ୍ଟେଲିଜେନ୍ସି ମାଧ୍ୟମରେ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର କିଣିଥାଏ ଏବଂ ପଞ୍ଜାବକୁ ସାମ୍ପ୍ରଦାୟିକ ଆଧାରରେ ବିଭାଜିତ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ