Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା,ଭାବ ବିହ୍ଵଳ ହେଲେ ଛାତ୍ରଛାତ୍ରୀ,ଭାବ ବିହ୍ଵଳ ହେଲେ ସହକର୍ମୀ ଛାତ୍ରଛାତ୍ରୀ।

କଳାହାଣ୍ଡି:୦୪/୦୮
ଧର୍ମଗଡ ବ୍ଲକ ଖଇର ପଦର ସ୍ଥିତ କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟ ରତ ହିନ୍ଦୀ ଭାଷା ଶିକ୍ଷକ ବାଞ୍ଛାନିଧି ପଣ୍ଡା ଚାକିରୀ ଜୀବନ ରୁ ଅବସର ଗ୍ରହଣ କରି ଛନ୍ତି । ଏହି ଅବସର ରେ ଏକ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଧ୍ରୁବ ଚରଣ ମୁଣ୍ଡ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଓଷ୍ଟା କଳାହାଣ୍ଡି ଜିଲ୍ଲା ସଭାପତି ମନୋରଂଜନ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଭାବେ ଓଷ୍ଟ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ନାୟକ, ଧର୍ମଗଡ ବ୍ଲକ ଓଷ୍ଟା ସଭାପତି ରିଖି ରାମ ବେହେରା ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଙ୍କୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ଦେଇ ସମ୍ବର୍ଦ୍ଧିତ କରି ଥିଲେ । ବିଦ୍ୟାଳୟ ଆରମ୍ଭ ଦିନ ଠାରୁ ଦିର୍ଘ ୩୬ ବର୍ଷ ଧରି ନିରବଞ୍ଛନ୍ନ ଭାବେ ସେ ବିଦ୍ୟାଳୟ ରେ ହିନ୍ଦୀ ଭାଷା ଶିକ୍ଷକ ଭାବେ ନିଜର ସର୍ବୋତ୍ତମ ସେବା ଦେଇ ଆସିଥିବା ବେଳେ ଜଣେ ଛାତ୍ର ବତ୍ସଲ ତଥା ମେଳାପି ଶିକ୍ଷକ ଭାବେ ସମସ୍ତ ଙ୍କ ପ୍ରିୟ ପାତ୍ର ରହିଥିଲେ । ଶିକ୍ଷକ ପଞ୍ଚାନନ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୋକୁଳ ଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ରାଧାମୋହନ ପାଣିଗ୍ରାହୀ, ହିତାଂଶୁ ଟୋଲଟିଆ , ରୋଜି କୁମାରୀ ଚୌଧୁରୀ, ମାନିନୀ ମେହେର,ଶ୍ୟାମ ଚରଣ ଚଣ୍ଡୀ, ରଞ୍ଜନ ରଶ୍ମୀ ସେଠୀ, ବ୍ରଜ କିଶୋର ରାଉତ ଓ ଅନ୍ୟମାନେ କାର୍ଯ୍ୟକ୍ରମ ଆୟୋଜନ ରେ ସହ ଯୋଗ କରି ଥିଲେ ।
//ଫଟୋ ଟିକେ ବସେଇବେ//

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories