Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଙ୍ଗଳପୁର ରାସ୍ତା ରେ ତଳି ରୋଇବା ଘଟଣା,ବ୍ଲକ ଉପାଧ୍ୟକ୍ଷ ଙ୍କ ପ୍ରୟାସ ରେ ଆରମ୍ଭ ହେଲା ରାସ୍ତା କାମ।

କଳାହାଣ୍ଡି:୦୪/୦୮
ଗତ କିଛିଦିନ ତଳେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବାରୁ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ପ୍ରଶାସନ କୁ ଚେତାଇବା ପାଇଁ ଗାଁ କୁ ସଂଯୋଗ କରୁଥିବା ରାସ୍ତା ରେ ତଳି ରୋଇ ପ୍ରତିବାଦ କରିଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରକାଶିତ ହୋଇଥିଲା। ଏହାପରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶନିବାର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଙ୍କ ପ୍ରଚେଷ୍ଟା ରେ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବ୍ଲକ ଉପାଧ୍ୟକ୍ଷ ଙ୍କ ସହ କନିଷ୍ଠ ଯନ୍ତ୍ରୀ ଅଜୟ କୁମାର ସେନାପତି ମଙ୍ଗଳପୁର ଗ୍ରାମ ରେ ପହଞ୍ଚି ସ୍ଥାନୀୟ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଥିଲେ ଓ ରବିବାର ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ସୂଚନା ମତେ ସାନ ପୋଡ଼ାଗୁଡା ରୁ ମଙ୍ଗଳପୁର ଗ୍ରାମ କୁ ସଂଯୋଗ କରୁଥିବା ୨ କିମି ରାସ୍ତା ରାସ୍ତା ବର୍ଷା ଦିନ ରେ ମାଟି କାଦୁଅ ହୋଇ ଅତି ଶୋଚନୀୟ ହୋଇପଡେ। ଫଳରେ ଗ୍ରାମବାସୀ ଙ୍କୁ ଯାତାୟାତ ରେ ଅନେକ ଅସୁବିଧା ର ସମ୍ମୁଖୀନ ହେବାକୁ ପଡେ। ବାରମ୍ବାର ପକ୍କା ରାସ୍ତା ରେ ସାମିଲ କରିବାକୁ ଅଭିଯୋଗ ପରେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗତକିଛି ଦିନ ତଳେ ଗ୍ରାମର ସଚେତନ ଯୁବକ ଶୁଭମ ନାଗ, ମଙ୍ଗରାଜ ନାଗ,ଗୌରଚନ୍ଦ୍ର ନାଗ, କେଶବଲାଲ ବିହାରୀ,ବେଣୁଧର ବିହାରୀ, ହରିଶଙ୍କର ନାଗ, ନରେନ୍ଦ୍ର ନିଆଁଲ, ହର ବାଗ, ଭିକାରୀ ନାଏକ, ଟଙ୍କଧର ଧରୁଆ, ମୋହିନୀ ନାଗ, ଗୌରୀ ବିହାରୀ, ନୁପୁର ବାଗ, କାମିନୀ ବାଗ,ମାଳତୀ ବିହାରୀ, ମଥୁରା ବିହାରୀ, ତୁଳଶୀ ନିଆଁଲ, ଲତା ବାଗ, ରତ୍ନା ନାଏକ ପ୍ରତିବାଦ କରି ମହିଳା ଓ ଗ୍ରାମବାସୀ ମିଶି ଗାଁ ରାସ୍ତା ରେ ତଳି ରୋଇ ପ୍ରଶାସନ କୁ ଚେତାବନୀ ଦେଇଥିଲେ। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା କାର୍ଯ୍ୟ ଆରମ୍ଭ ହେବାପରେ ଗ୍ରାମବାସୀ ମାନେ ଖୁସି ବ୍ୟକ୍ତ କରିଛନ୍ତି ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଧନ୍ୟବାଦ ଦେଇଛନ୍ତି।
ରିପୋର୍ଟ–ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories