Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏକ ସପ୍ତାହରୁ ଉର୍ଦ୍ଧ ଦିନହେଲା ଜିଓ ନେଟ୍‌ୱର୍କ ସେବା ବାଧାପ୍ରାପ୍ତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କାଟିଙ୍ଗିଆ ପଞ୍ଚାୟତର ମିଞ୍ଜାପଙ୍କାରେ ଜିଓ ନେଟୱର୍କ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିରହିଛି। ଦୀର୍ଘ ଦିନ ଧରି ନେଟୱାର୍କ ଠିକ୍ ଭାବରେ କାମକରୁ ନ ଥିବାରୁ ଗ୍ରାହକଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାରମ୍ବାର ଅଭିଯୋଗ ହେବାପରେ ମଧ୍ୟ କମ୍ପାନୀ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ଅଞ୍ଚଳର ଜିଓ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଞ୍ଚଳରେ ସଂଖ୍ୟାଧିକ ଗ୍ରାହକ ରହିଥ‌ିବା ବେଳେ ନେଟୱର୍କ କାମ କରୁନଥିବାରୁ ବିଭିନ୍ନ ଜରୁରୀ କାଳୀନ ସେବା ବାଧାପ୍ରାପ୍ତ ହୋଇଛି। ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବ୍ୟାଙ୍କ ସେବା, ବିଭିନ୍ନ ପ୍ରକାର ଅନଲାଇନ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ମାସକୁ ମାସ ଜିଓ ଗ୍ରାହକ ଶତାଧିକ ଟଙ୍କାର ରିଚାର୍ଜ କରୁଥିବା ବେଳେ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଜିଓ ନେଟୱାର୍କ ଆସୁ ନଥିବା ଅଭିଯୋଗ ହୋଇଛି। ଜିଓ କମ୍ପାନୀ ସେବା ଯୋଗାଇବାରେ ବିଫଳ ହୋଇଥିବା ବେଳେ ତୁରନ୍ତ ଏହାର ସମାଧାନ ନ କଲେ ଆଗାମୀ ଦିନରେ ଜିଓ ନେଟୱାର୍କ ବିରୋଧରେ ବଡ଼ଧରଣର ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ସେହିଭଳି ସାମାନ୍ୟ ବର୍ଷା ଝଡ଼ ହେଉ କିମ୍ବା ବିଦ୍ୟୁତ କାଟ୍‌ ହେଲେ ନେଟୱାର୍କ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ଯାଉଥିବା ମଧ୍ୟ ଅଭିଯୋଗ ହେଉଛି। ଅନ୍ୟପଟେ ଟାୱାର ଦାୟିତ୍ବରେ ଥିବା କର୍ମଚାରୀଙ୍କ ଖାମଖିଆଲ ମନୋଭାବରୁ ଏଭଳି ସମସ୍ୟା ସୃଷ୍ଟି ହେଉଥ‌ିବା କୁହାଯାଇଛି। କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମିଞ୍ଜାପଙ୍କା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ