Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଲୁ ଆକ୍ରମଣ ରେ ୨ଜଣ ଗୁରୁତର,ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର।

କଳାହାଣ୍ଡି:୦୬/୦୮
କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ କୋକସରା ବ୍ଲକ ର ୨ ଜଣ ଚାଷି ଙ୍କୁ ମଙ୍ଗଳବାର ପାହାନ୍ତାରୁ ଭାଲୁ ଆକ୍ରମଣ କରିବା ଫଳରେ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେବା ପରେ ଅବସ୍ଥା ଜଟିଳ ଥିବାରୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସୂଚନା ମତେ ଜୟପାଟଣା ଉଛୁଳା ଫରେଷ୍ଟ ସେକ୍ସନ ପାଣ୍ଡରି ପଖାନ ଗ୍ରାମ ର ଜଣେ ଯୁବଚାଷୀ ଲକ୍ଷ୍ମଣ ନାଏକ (୩୩) ଆଜି ପାହାନ୍ତାରୁ ଶୌଚ ପାଇଁ ଗାଁ ନିକଟସ୍ଥ ନାଲା କୁ ଯାଉଥିବା ବେଳେ ପାଖ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଗାଁ କୁ ଆସିଥିବା ୨ ଭାଲୁ ହଠାତ ଆକ୍ରମଣ ର ଶିକାର ହୋଇ ଲହୁ ଲୁହାଣ ଅବସ୍ଥାରେ କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ଖସି ଆସିବା ପରେ ପରିବାର ଲୋକେ ଗୁରୁତର ଯୁବକ ଙ୍କୁ କୋକସରା ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରିଥିଲେ।ସେହିପରି ଧର୍ମଗଡ ରେଞ୍ଜ କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଡୁଡୁକାଠେଙ୍ଗା ପଞ୍ଚାୟତ ଧୋବେନଚଞ୍ଚରା ଗ୍ରାମ ର ଚାଷି ନିଳାମ୍ବର ପାତ୍ର ଆଜି ପାହାନ୍ତାରୁ ନିଜ ଚାଷଜମି କୁ ଯାଇଥିବା ବେଳେ ପାଖ ସାହାଜଖୋଲ ଜଙ୍ଗଲ ରୁ ଖାଦ୍ୟ ଅନ୍ୱେଷଣ ରେ ଗାଁ କୁ ଆସିଥିବା ଭାଲୁ ହଠାତ ଆକ୍ରମଣ କରିଥିବା ଆହତ ଅବସ୍ଥାରେ କୌଣସି ପ୍ରକାରେ ଭାଲୁ ହାବୁଡ଼ ରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। ପରିବାର ଲୋକେ ଏ ନେଇ ଆମପାଣି ଫରେଷ୍ଟ କର୍ମଚାରୀ ଙ୍କୁ ଖବର ଦେଇଥିଲେ।ଘଟଣାସ୍ଥଳରେ ଫରେଷ୍ଟ କର୍ମଚାରୀ ମାନେ ପହଞ୍ଚି ପରିବାର ଲୋକ ଙ୍କ ସହ ଗୁରୁତର ଯୁବକ ଙ୍କୁ କୋକସରା ଡାକ୍ତରଖାନା ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଜଟିଳ ଥିବାରୁ ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ମିଳିବ ବୋଲି ଜୟପାଟଣା ଉଛୁଳା ଫରେଷ୍ଟ ଗାର୍ଡ ରୁଦ୍ର ପ୍ରସାଦ ନାଏକ ଓ ଆମପାଣି ଫରେଷ୍ଟ ଗାର୍ଡ ନାରାୟଣ ବାଗ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories