Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହାନତା ଦେଖାଇଲେ ଯୁବକ, କୁକୁର ମୁହଁ ରୁ ପ୍ଲାଷ୍ଟିକ ଡବା କାଢି ନୂଆ ଜୀବନ ଦେଲେ।

କଳାହାଣ୍ଡି:୦୭/୦୮
ପଶୁ ଟିଏ ହେଲେ ବି ତାର ଜୀବନ ଅଛି, ଭୋକ ଅଛି।ନିଜ ସମାଜ ସହ ରହି ବଞ୍ଚିବା ର ଅଧିକାର ଅଛି। ହେଲେ ଭୋକ ର କ୍ଷୁଧା ମେଣ୍ଟାଇବାକୁ ଯାଇ ଗତ କିଛିଦିନ ତଳେ ବୁଲା କୁକୁର ଏକ ପାଣି ଡବା ରେ ନିଜର ମୁଣ୍ଡ କୁ ପୁରାଇବା ପରେ ଆଉ ଡବା ଭିତରୁ ମୁଣ୍ଡ କୁ କାଢ଼ିବାରେ ଅସମର୍ଥ ହୋଇ କୋକସରା ସହର ର ଗଳିକନ୍ଦିରେ ଦୌଡ଼ି ବୁଲୁଥିଲା। ଘଟଣା କୁ ପ୍ରାୟ ୪/୫ ଦିନ ହୋଇ ସାରିଥିବା ବେଳେ ବୁଲା କୁକୁର ପ୍ରତି କାହାର ସମବେଦନା ନଥିଲା, ଥାନ୍ତା ବା କାହିଁକି, ବୁଲା କୁକୁର ଟିଏ, ମରିଗଲେ ମଧ୍ୟ କାହାର ବା କଣ ଆସେ ଯାଏ। ତେବେ ବୁଲା କୁକୁର ର ଦୟନୀୟ ଅବସ୍ଥା ବିକଳ ଦେଖି କୋକସରା ଗ୍ରାମ ର କିଛି ସଚେତନ ଯୁବକ ମାନେ ବୁଧବାର ବସଷ୍ଟାଣ୍ଡ ନିକଟରେ ବୁଲା କୁକୁର ଟି ଅସହାୟ ଅବସ୍ଥାରେ ଶୋଇ ରହିଥିବା ବେଳେ କୌଶଳ କ୍ରମେ ତାକୁ କାବୁ କରି ତା ମୁଣ୍ଡ ରେ ଥିବା ପ୍ଲାଷ୍ଟିକ ଡବା କୁ କାଢି ନୂତନ ଜୀବନ ଦେଇଛନ୍ତି। ତେବେ ବୁଲା କୁକୁର ପଶୁ ଟିଏ ହୋଇ ମଧ୍ୟ ମୁଣ୍ଡ ରୁ ପ୍ଲାଷ୍ଟିକ ଡବା ଟି କାଢ଼ିବା ପରେ ଲାଞ୍ଜ ହଲେଇ ଅଳ୍ପ ଦୂରରୁ ଜୀବନ ରକ୍ଷା କରିଥିବା ପଶୁ ପ୍ରେମୀ ଯୁବକ ଗୋଲ ବଦନ ନାଏକ, ସୁମେସ୍ୱର ନାଏକ ଓ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ କୃତଜ୍ଞତା ଜଣାଇବା ଭଳି ଦୌଡ଼ି ଦୌଡ଼ି ଳାଞ୍ଜ ହଲେଇ ତାର କୁକୁର ଗୋଷ୍ଠି ଗହଣ ରେ ଚାଲି ଯାଇଥିଲା।
ରିପୋର୍ଟ—ସନତ କୁମାର ପ୍ରଧାନୀ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories