Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିଗ୍ରୀ ମହାବିଦ୍ୟାଳୟ ରେ ପ୍ରାଥମିକ ଚକ୍ଷୁ ପରୀକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଳାହାଣ୍ଡି:୧୦/୦୮
କଳାହାଣ୍ଡି ଜିଲ୍ଲା, ଜୁନାଗଡ଼ ନେତ୍ର ଚିକିତ୍ସାଳୟ (ଲେପ୍ରା ସୋସାଇଟି) ପକ୍ଷରୁ ୟୁଥ ରେଡ଼ କ୍ରସ,ଏନ ଏସ ଏସ ଏବଂ ଏନସିସି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସମିତି ସ୍ନାତକ ମହା ବିଦ୍ୟାଳୟ କୋକସରାଠାରେ ପ୍ରାଥମିକ ଚକ୍ଷୁ ପରୀକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସମାଜରେ ଅନ୍ଧତ୍ବ ଦୂରୀକରଣ, ପ୍ରଭାବିତ ଜନସାଧାରଣଙ୍କ ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବା ଆଭିମୁଖ୍ୟ ନେଇ ଅନୁଷ୍ଠିତ ହୋଇଥିବା ଏହି ପ୍ରଶିକ୍ଷଣ ଶିବିରରେ ମୁଖ୍ୟ ଅତିଥି ଭାବରେ ଜୁନାଗଡ଼ ଲେପ୍ରା ସୋସାଇଟିର ଭାରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜି ସ୍ବାମୀ ରେଡ୍ଡୀ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ତପନ କୁମାର ଲାବଲା, ମହା ବିଦ୍ୟାଳୟର ଇତିହାସ ଅଧ୍ୟାପକ ଅଇରି ନାସନ ଚିନ୍ଦା, ଅର୍ଥନୀତି ଅଧ୍ୟାପକ ସୁବ୍ରତ ବେହେରା,ଓଡିଆ ଅଧ୍ୟାପକ ଅଶ୍ଵିନ କୁମାର ପଟ୍ଟନାୟକ, ରାଜନୀତି ବିଜ୍ଞାନ ଅଧ୍ୟାପିକା କନକ ମଞ୍ଜରୀ ,ଇଂରାଜୀ ଅଧ୍ୟାପକ ଜଗନ୍ ଚନ୍ଦାନୀ, ଅର୍ଥନୀତି ଅଧ୍ୟାପିକା ଶୁଭଶ୍ରୀ ସାହୁ, ଇତିହାସ ଅଧ୍ୟାପିକା ବେଦମୟୀ ବାରିକ୍ ପ୍ରମୁଖ ଯୋଗଦାନ କରି ଅନ୍ଧତ୍ୱ ଦୁରିକରଣକୁ ନେଇ ଚକ୍ଷୁ ଚିକିତ୍ସାଳୟ ଲେପ୍ରା ସୋସାଇଟି ଜୁନାଗଡ଼ଙ୍କ ଏପରି ଏକ ମହତ୍ ପ୍ରଶିକ୍ଷଣ ଶିବିରର ଆୟୋଜନକୁ ଭୂୟସୀ ପ୍ରଶଂସା କରିବା ସହ ସମସ୍ତେ ନିଃସ୍ଵାର୍ଥପର, ଉତ୍ସର୍ଗୀକୃତ ଭାବରେ ଅନ୍ଧତ୍ଵ ଦୂରିକରଣରେ ନିଜକୁ ସାମିଲ୍ କରି ଲୋକଙ୍କୁ ସେବା ଯୋଗାଇବା ପାଇଁ ପ୍ରଶିକ୍ଷଣ ଶିବିରରେ ନିଜ ନିଜ ମତ ରଖିଥିଲେ। ଉକ୍ତ ପ୍ରଶିକ୍ଷଣ ଶିବିରକୁ ସଂଯୋଜକ କିଣୁ ଚରଣ ଭରତିଆ ପରିଚାଳନା କରିଥିବା ବେଳେ ନେତ୍ର ଚିକିତ୍ସାଲୟର ସମସ୍ତ କର୍ମଚାରି ପରିଚାଳନାରେ ସହଯୋଗ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଉକ୍ତ ମହା ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ଯୋଗଦାନ କରି ପ୍ରଶିକ୍ଷଣ ନେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories