Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନା କଳିଙ୍ଗା ଠାରୁ ତିନି କିମି ଦୂର ବୁଲାଣୀ ଠାରେ ବେଙ୍ଗାଲୁରୁରୁ ବ୍ରହ୍ମପୁର ଯାଉଥିବା ଏକ ମାଲ ବୋଝେଇ ଟ୍ରକ ନଂ.ଏପି- ୦୩-ଟିଇ-୭୮୭୯ ର ଆଗ ଚକା ଫାଟିଯିବା ଫଳରେ ଭାରସାମ୍ୟ ହରାଇ ଓଲଟି ପଡିଛି।ଏଥିରେ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ହୋଇଛନ୍ତି । ଚାଳକ ଓ ହେଲପର ଉଭୟ ଷ୍ଟେରିଙ୍ଗ ଓ ଲୁହାଚଦର ତଳେ ଚାପି ହୋଇ ରହି ଯାଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ହାବିଲଦାର ଶିବରାମ ବିଶ୍ବାଳ ଓ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନରେ କାଟି ଉଭୟଙ୍କୁ ଉଦ୍ଧାର କରିଥଲେ। ହେଲପର୍ ଛୋଟୁ (୧୮)ଙ୍କ ଘଟଣା ସ୍ଥଳରେ ମୁତ୍ୟୁ ଘଟିଥିବା ବେଳେ ଚାଳକ ଅଦନାନ୍ (୨୦)ଙ୍କୁ ଗୁରୁତର ଭାବେ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ଜି.ଉଦୟଗିରି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ଉଭୟ ଆନ୍ଧ୍ରର ବୋଲି ଜଣାପଡିଛି। ଜି.ଉଦୟଗିରି ପୁଲିସ ଏସ ଆଇ ଅନନ୍ତ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଓ ଦୁର୍ଘଟଣାର ତଦନ୍ତ ଜାରି ରଖିଥିବା ନେଇ ସୂଚନା ପ୍ରଦାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ