Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡିମିରିଗୁଡା ପଞ୍ଚାୟତରେ ମାଁ ପାଇଁ ଗଛ ଟିଏ, ବୃକ୍ଷ ରୋପଣ କାର୍ଯ୍ୟକ୍ରମ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଡିମିରିଗୁଡା ପଞ୍ଚାୟତ କାର୍ଯ୍ୟାଳୟ ପରିସର ଓ ପଞ୍ଚାୟତ ନିକଟରେ ବିଶ୍ୱ ପରିବେଶ ଦିବସ ଏବଂ ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଡିମିରି ଗୁଡା ପଞ୍ଚାୟତ ସରପଞ୍ଚ ମନୋଜ କହଁର ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଯୋଗାଣ ସହାୟକ, ପ୍ରତ୍ୟେକ ୱାର୍ଡ ର ଗାଁ ସାଥି, ସିଆରପି, ଏମବିକେଙ୍କ ସହ ପଞ୍ଚାୟତ କାର୍ଯ୍ୟାଳୟର ସମସ୍ତ କର୍ମୀ ମାନେ ଯୋଗ ଦେଇଥିଲେ। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଥମେ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋଟିଏ ଚାରା ଗଛ ଲଗାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। କେବଳ ପଞ୍ଚାୟତ ପରିସରରେ ନୁହେଁ ନିଜ ଗାଁରେ କିଭଳି ପ୍ରତ୍ୟେକ ପରିବାର ଅନ୍ତତଃ ଗୋଟିଏ ଚାରା ଗଛ ଲଗାଇ ବଞ୍ଚାଇ ପାରିବେ ସେ ନେଇଁ ଉପସ୍ଥିତ ସମସ୍ତଙ୍କୁ ମା’ ପାଇଁ ଗଛ ଟିଏ କାର୍ଯ୍ୟକ୍ରମରେ ସଚେତନ କରିଥିଲେ l ଅନୁରୂପ ଭାବରେ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ମଧ୍ୟ ବିଶ୍ୱ ପରିବେଶ ଦିବସରେ ଏବଂ ମାଁ ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ