କ୍ରିକେଟକୁ ଅଲବିଦା କହିଲେ ଶିଖର ଧଓ୍ବନ


ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଗବ୍ବର ସିଂ ଭାବେ ପରିଚିତ ହାର୍ଡ ହିଟର୍ ଶିଖର ଧଓ୍ବନ କ୍ରିକେଟରୁ ନେଲେ ସନ୍ନ୍ୟାସ । ସୋସିଆଲ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରି ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଧଓ୍ବନ ।।

ସେ ତାଙ୍କ ଭିଡିଓରେ କହିଛନ୍ତି, କ୍ରିକେଟ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ପଡ଼ିଲା । ଅବସର ଘୋଷଣା ବେଳେ ସେ ଭାବୁବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳୁଛି । ସେ ବିସିସିଆଇ, ଡିଡିସିଆଇ (ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌) ଓ ତାଙ୍କ ଫ୍ୟାନମାନଙ୍କୁ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି । 

କେବଳ ସେତିକି ନୁହେଁ, ଭାରତୀୟ କ୍ରିକେଟ ଓ୍ୱାଲ୍ଡରେ ‘ଗବ୍ବର’ ନାମରେ ପ୍ରସିଦ୍ଧ ଥିବା ଶିଖର ତାଙ୍କ ସାଥୀ ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ମ୍ୟାଚ୍ ସମୟରେ ମୁଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ଏବଂ ଭଲ ପାଇବା ପାଇଛି ବୋଲି ସେ କହିଛନ୍ତି । 

ଶିଖର ଧଓ୍ୱନ୍‌ ନିଜ କ୍ୟାରିୟର୍‌ରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୪୦ ଆଭରେଜରେ ୨ ହଜାର ୩୧୫ ରନ ସଂଗ୍ରହ କରିଥିଲେ ।  ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧୱନ ୧୬୭ ମ୍ୟାଚରୁ ୬ ହଜାର ୯୯୩ ରନ ସଂଗ୍ରହ କରିଥିଲେ । ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି । ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି । ୨୦୧୩ ଚାମ୍ପିଅନସ ଟ୍ରିଫିରେ ଭଲ ପ୍ରଦର୍ଶନ କରିଥିଲେ ଶିଖର ଧୱନ ।