Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ କେୟାର୍ସ ଫଣ୍ଡରେ ସରକାରୀ କମ୍ପାନୀଗୁଡିକ ଦେଇଛନ୍ତି ୨,୯୧୩ କୋଟି ଟଙ୍କା: ରିପୋର୍ଟ

ନୂଆଦିଲ୍ଲୀ: ସରକାରଙ୍କ ଦ୍ଵାରା ସଞ୍ଚାଳିତ ସୂଚୀବଦ୍ଧ କମ୍ପାନୀ ୨୦୧୯-୨୦ ଏବଂ ୨୦୨୧-୨୨ ମଧ୍ୟରେ ‘ପିଏମ କେୟାର ଫଣ୍ଡ’ରେ ଅତି କମରେ ୨,୯୧୩.୬ କୋଟି ଟଙ୍କାର ଯୋଗଦାନ ଦେଇଛନ୍ତି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ସମସ୍ତ କମ୍ପାନି ପାଇଁ ଟ୍ରାକର primeinfobase.com ଦ୍ଵାରା ସଙ୍କଳିତ ତଥ୍ୟର ବିଶ୍ଳେଷଣ କରି ଏହାର ଖୁଲାସା କରିଛି ବିଜନେସ୍ ଷ୍ଟାଣ୍ଡାର୍ଡ।

ବିଜନେସ୍ ଷ୍ଟାଣ୍ଡାର୍ଡ ଅନୁଯାୟୀ, ଉପରୋକ୍ତ କମ୍ପାନୀର ଯୋଗଦାନ ୨୪୭ ଅନ୍ୟ କମ୍ପାନୀ ଦ୍ଵାରା ଦିଆଯାଇଥିବା ଦାନଠୁ ଅଧିକ ଅଟେ। ପିଏମ କେୟାର୍ସ ଫଣ୍ଡକୁ ବିଭିନ୍ନ କମ୍ପାନୀ ମୋଟ୍ ୪୯୧୦.୫ କୋଟି ଟଙ୍କା ଦାନ କରିଛନ୍ତି। ଶୀର୍ଷ ପାଞ୍ଚ ଦାନଦାତାଙ୍କ ମଧ୍ୟରେ ଅଏଲ ଆଣ୍ଡ ନ୍ୟାଚୁନାଲ ଗ୍ୟାସ୍ କର୍ପୋରେସନ(୩୭୦ କୋଟି), ଏନଟିପିସି(୩୩୦ କୋଟି), ପାଓ୍ଵାର ଗ୍ରୀଡ କର୍ପୋରେସନ ଅଫ ଇଣ୍ଡିଆ(୨୭୫ କୋଟି), ଇଣ୍ଡିଆନ ଅଏଲ କର୍ପୋରେସନ(୨୬୫ କୋଟି) ଏବଂ ପାଓ୍ଵାର ଫାଇନାନ୍ସ କର୍ପୋରେସନ(୨୨୨.୪ କୋଟି) ସାମିଲ୍।

ରିପୋର୍ଟରେ ଏମିତି ୫୭ କମ୍ପାନୀର ଚିହ୍ନଟ କରାଯାଇଛି, ଯେଉଁମାନଙ୍କ ସରକାର ସହ ଗୁରୁତ୍ଵପୂର୍ଣ୍ଣ ଭାଗିଦାରୀ ରହିଛି। ୨୦୨୦ ମାର୍ଚ୍ଚରେ ସ୍ଥାପିତ ପିଏମ କେୟାର୍ସ ଫଣ୍ଡ ବିବାଦ ଘେରରେ ରହିଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ୨୦୨୩ ଜାନୁଆରୀରେ ଦିଲ୍ଲୀ ହାଇକୋର୍ଟରେ ଉପସ୍ଥାପିତ ସତ୍ୟପାଠରେ କୁହାଯାଇଥିଲା ଯେ, ଏହି ଫଣ୍ଡ ଭାରତ ସରକାରଙ୍କ ଦ୍ଵାରା ନିୟନ୍ତ୍ରିତ ନୁହେଁ। ଟ୍ରଷ୍ଟକୁ କୌଣସି ସରକାରୀ ଅର୍ଥ ମିଳେ ନାହିଁ।

ପିଏମ କେୟାର୍ସ ଫଣ୍ଡର ଓ୍ଵେବସାଇଟ୍ ଅନୁଯାୟୀ, ଏହା ୨୦୧୯-୨୦ରେ ୩୦୭୬.୬ କୋଟି ଟଙ୍କା ଏକତ୍ର କରିଥିଲା, ଯାହା ୨୦୨୦-୨୧ରେ ବୃଦ୍ଧି ଘଟି ୧୦,୯୯୦.୨ କୋଟି ଟଙ୍କାରେ ପହଞ୍ଚିଥିଲା। ପୁଣି ୨୦୨୧-୨୨ରେ ହ୍ରାସ ପାଇ ୯୧୩୧.୯ କୋଟି ଟଙ୍କା ରହିଥିଲା। ଏଥିରୁ ଜଣା ପଡୁଛି ଯେ, ଏହାର ପ୍ରଥମ ବର୍ଷ ରାଶିର ବଡ ଅଂଶ କର୍ପୋରେଟ୍ ଇଣ୍ଡିଆର ସିଏସଆର ବଜେଟରୁ ଆସିଛି।

କିଛି ଦିନର ସଞ୍ଚାଳନରେ ପିଏମ କେୟାର୍ସ ୨୦୧୯-୨୦ରେ ଫଣ୍ଡ କେବଳ ୨,୦୪୯ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହା ୨୦୨୦-୨୧ରେ ବଢି ୩,୯୭୬.୨ କୋଟି ଟଙ୍କା ଏବଂ ୨୦୨୧-୨୨ରେ ୩୭୧୬.୩ କୋଟି ଟଙ୍କା ଏହି ଫଣ୍ଡରୁ ଖର୍ଚ୍ଚ ହୋଇଥିବା ରିପୋର୍ଟରୁ ଜଣା ପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ