Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୮ ଟି ଚୋରୀ ବାଇକ ଜବତ: ଜଣେ ନାବାଳକ ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପୁଲିସକୁ ମିଳିଛି ଏକ ବଡ ସଫଳତା l ୮ ଟି ଚୋରା ବାଇକ ଜବତ କରିବା ସହ ଜଣେ ନାବାଳକ କୁ ଗିରଫ କରିଛି ପୋଲିସ l ଜବତ ହୋଇଥିବା କେତେକ ବାଇକ ଗୁଡିକ ବାଲିଗୁଡା, ସାରଙ୍ଗଡ଼, ବଲାଙ୍ଗୀର ଅଞ୍ଚଳ ହୋଇଥିବା ବେଳେ ଆଉ କେତେକ କେଉଁ ସ୍ଥାନର ଜଣାପଡି ନାହିଁ, ଏହି ବାଇକ ଚୋରି ରାକେଟରେ ସାଧାରତଃ ନାବାଳକ ମାନେ ଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି l ସେ ନେଇ ଏଭଳି ଅପରାଧ ଠାରୁ ଦୁରେଇ ରହି ମୁଖ୍ୟସ୍ରୋତ ରେ ସାମିଲ ହେବାକୁ ବାଲିଗୁଡା ଏସଡିପିଓ ରାହୁଲ ଗୋୟଲ ନିବେଦନ କରିଛନ୍ତି l ଏଥିସହ ଏହି ଚୋରା ବାଇକ ରାକେଟ ରେ ଆଉ କେଉଁ କେଉଁ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି, ସେ ନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି ବୋଲି ଏସଡିପିଓ ପ୍ରକାଶ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ