Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତିନି ଦୁର୍ବୁତ୍ତ ବାଇକ୍ ରେ ଆସି ଯୁବକଙ୍କ ଠାରୁ ଛଡ଼ାଇ ନେଲେ ଦୁଇଟି ମୋବାଇଲ୍

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହର ସମେତ ଥାନା ଅଞ୍ଚଳରେ ଦିନକୁ ଦିନ ଲୁଟ୍, ଡକାୟତି,ଚୋରି ବଢ଼ିବାରେ ଲାଗିଛି । ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଥିବା ବେଳେ ପୁଣି ଏକ ଲୁଟ୍ ଘଟଣା ସାମ୍ନାକୁ ଆସିଛି । ଫୁଟବଲ୍ ଖେଳି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ତିନିଜଣ ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଯୁବକଙ୍କ ଠାରୁ ଦୁଇଟି ମୋବାଇଲ୍ ଫୋନ୍ ଲୁଟି ନେଇଥିବା ନେଇ ବାଲିଗୁଡା ଥାନାରେ ବୁଧବାର ଅଭିଯୋଗ ହୋଇଛି । ପ୍ରକାଶ ଯେ, ବାଲିଗୁଡ଼ା ଥାନା ଅର୍ନ୍ତଗତ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟି ଗ୍ରାମର ଲମ୍ବୋଦର ମାଳିକ ଚଳିତ ମାସ ୫ତାରିଖ ସନ୍ଧ୍ୟାରେ ସଲଗପଦରରୁ ଫୁଟବଲ୍ ଖେଳି ନିଜ ଗାଁ ମାଣିକୁଟି କୁ ଯିବାବେଳେ ହଠାତ୍ ତିନିଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ଲମ୍ବୋଦରଙ୍କୁ ଧମକାଇବା ସହ ତାଙ୍କଠାରୁ ଦୁଇଟି ମୋବାଇଲ୍ ଛଡ଼ାଇ ନେଇଥିଲେ । କିନ୍ତୁ ଭୟଭୀତ ହୋଇ ରହିବା ପରେ ପରିବାର ଲୋକଙ୍କ ପରାମର୍ଶ କ୍ରମେ ଏନେଇ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପ୍ରକାରେ ବାଲିଗୁଡ଼ା ଥାନା କେସ୍ ନଂ -୨୧୧/୨୦୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ