Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜନ ଶୁଣାଣିରେ ଯୋଗ ଦେବନାହିଁ ବିସ୍ଥାପିତ ମଞ୍ଚ

ଅସ୍ତରଙ୍ଗ,,ରାଜ୍ୟ ସରକାର ଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ,ହାଇଦ୍ରାବାଦ ନବଯୁଗ କମ୍ପାନୀ ଦ୍ବାରା ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ ଅସ୍ତରଙ୍ଗ ବନ୍ଦର ର,ପରିବେଶ ସମ୍ବନ୍ଧୀୟ, ଆସନ୍ତା ୧୩ ତାରିଖ ଶୁକ୍ରବାର ହେବାକୁ ଥିବା ଜନ ଶୁଣାଣି କୁ ବିସ୍ଥାପିତ ହେବାକୁ ଥିବା ୧୨ ଖଣ୍ଡ ଗ୍ରାମର ଅଧିବାସୀ ବିରୋଧ କରିବେ ବୋଲି ଜଣା ପଡିଛି । ସେମାନଙ୍କ କହିବା କଥା ,ଆମେ ବିକାଶ କୁ ବିରୋଧ କରୁନୁ । ହେଲେ,ସରକାର ତଥା ଜିଲ୍ଲା ପ୍ରଶାସନ ବିସ୍ଥାପିତ ଅଞ୍ଚଳ ରେ ଜନ ଶୁଣାଣି ନ କରି ସମୁଦ୍ର ଅଞ୍ଚଳ ଠାରୁ ୧୨ କିଲୋମିଟର ଦୂରରେ ଆମ ଅଗୋଚର ରେ ଜନ ଶୁଣାଣି କରିବାକୁ ଯାଇଅଛି । ତେଣୁ କରି ବିସ୍ଥାପିତ ବିରୋଧୀ ଗୋଷ୍ଠୀ ତରଫରୁ ସେହି ୧୩ ତାରିଖ ଦିନ ପିର ଜାହାନିଆଁ ନିକଟ ମେଳା ପଡ଼ିଆରେ ବିଶାଳ ଜନ ସମାବେଶ କରିଯାଇ,ପ୍ରସ୍ତାବିତ ବନ୍ଦର କୁ ବିରୋଧ କରାଯିବା ସହ ଭିଟା ମାଟି ର ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ ବୋଲି ଛୁରିଅନା ସରପଞ୍ଚ କ୍ଷୀର କାଂଡି ପ୍ରକାଶ କରି ଛନ୍ତି ।
ଅପର ପକ୍ଷରେ,ବୁଧବାର ଦିନ,ରାଜ୍ୟ ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନ ଡ଼ାକବାଜି ଯନ୍ତ୍ର ଦ୍ବାରା ତେର ତାରିଖରେ ଅସ୍ତରଙ୍ଗ ବ୍ଲକ ପଡ଼ିଆରେ ଜଙ୍ଗଲ,ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଦ୍ବାରା ହେବାକୁ ଥିବା ଜନ ଶୁଣାଣିରେ ଯୋଗ ଦାନ କରି ସେମାନଙ୍କ ମତାମତ ଦେବା ନିମନ୍ତେ ପ୍ରସ୍ତାବିତ ବିସ୍ଥାପିତ ଅଞ୍ଚଳରେ ଜଣାଇ ଦେଇଛି । ଏହି ସବୁ ସତ୍ୟେ,ପ୍ରଶାସନ ବିସ୍ଥାପିତ ବାସି ଙ୍କୁ ହେଉ ମନେକରି ତାଙ୍କ ଅଞ୍ଚଳ ଠାରୁ ବହୁ ଦୂରରେ ଜନ ଶୁଣାଣି କରୁଥିବାରୁ,ସେହି ସ୍ଥାନକୁ କେହି ନଜାଇ ଅଞ୍ଚଳ ବାସି ଙ୍କର ଜଣ ଶୁଣାଣି ସେମାନେ ନିଜକୁ ନିଜେ କରିବେ ବୋଲି ଗ୍ରାମ କମିଟି ବା ବୈଠକରେ ନିଷ୍ପତ୍ତି ହୋଇଛି ।