Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଣପତି କ୍ଳବ ଅସ୍ତରଙ୍ଗ ର ୩୨ତମ ପୂଜା ଓ ପାଲା ଉତ୍ସଵ

ଅସ୍ତରଙ୍ଗ, ଅସ୍ତରଙ୍ଗ ବଜ଼ାର ବସ ଷ୍ଟାଣ୍ଡ ନିକଟ ରେ ଥିବା ବାବା ଗଣପତି ମନ୍ଦିର ଟ୍ରଷ୍ଟ ତରଫରୁ, ଗଣପତିଙ୍କ ପୂଜା ଉପଲକ୍ଷେ ୩୨ତମ ପୂଜା ଓ ପାଲା ଉତ୍ସଵ ପାଳିତ ହୋଇ ଯାଇ ଅଛି l ପୂଜାର ପ୍ରଥମ ଦିବସ ତଥା ରବିବାର ଦିନ ଗାୟକ ଜ୍ଞାନପ୍ରିୟ କାନୁନଗୋ ପାଲା ପରିବେଷଣ କରିଥିବା ବେଳେ, ଏହି ପାଲା ତିନିଦିନ ବ୍ୟାପି ପାଳନ ହେଵା ସହ ଚତୁର୍ଥ ଓ ପଞ୍ଚମ ଦିନରେ ଭଜନ ସନ୍ଧ୍ୟା ଓ ଗୁଞ୍ଜନ ସଂଗିତାଳୟ ଦ୍ଵାରା ଭକ୍ତି ସଂଗୀତ ସହ, ନୃତ୍ୟ ପରିବେଷଣ ଆଦି କାର୍ଯ୍ୟକ୍ରମ ରହିଛି ବୋଳି ଅନୁଷ୍ଠାନ ର ସଭାପତି ରବି ନାରାୟଣ ମଲ୍ଲ ଜଣାଇ ଛନ୍ତି l ଖାଲି ସେତିକି ନୁହେଁ, ଅନୁଷ୍ଠାନ ତରଫରୁ ବଜ଼ାର ଭିତରେ, ପରିମଳ ଓ ସ୍ଵଚ୍ଚତା କାର୍ଯ୍ୟକ୍ରମ,ସ୍ୱାଧୀନତା ଦିବସ ଓ ଗଣ ତନ୍ତ୍ର ଦିବସ ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଆଦି କାର୍ଯ୍ୟକ୍ରମ ହାତକୁ ନେଇ ଥାଏ l ଏହି ସବୁ କାର୍ଯ୍ୟକ୍ରମ କୁ ଉପ ସଭାପତି ଲୁଲୁ ପଲାଇ, ସମ୍ପାଦକ ନରେନ୍ଦ୍ର ପ୍ରଧାନ, ସହ ସମ୍ପାଦକ ହରିହର ବସ୍ତିଆ, କୋଷାଧକ୍ଷ ରଞ୍ଜନ ଦାସ, ସାଂସ୍କୃତିକ ସ୍ରମ୍ପାଦକ ପବିତ୍ର ବିଶ୍ୱାଳ, ଙ୍କ ସମେତ ଉପଦେଷ୍ଟା କୈଳାସ ପ୍ରଧାନ, ପ୍ରଶାନ୍ତ ବିଶ୍ୱାଳ, ନରେନ୍ଦ୍ର ଛାଟୋଇ, ଚିତ୍ରସେନ ପ୍ରଧାନ ଓ ସମୀର କର ଆଦି ପରିଚାଳନା କରୁଥିବା ଜଣା ପଡିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ