Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳ ଜିଲ୍ଲାପାଳ ଦୁର୍ଗମ ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ଅଞ୍ଚଳର ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଜିଲ୍ଲାପାଳ ଋତୁରାଜ ଏକ ତୁଫାନୀ ଗ୍ରସ୍ତରେ ଆସି ପୂର୍ବାହ୍ନରେ କୋଟଗଡ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲାପାଳ ବିଡିଓଙ୍କ କାର୍ଯ୍ୟାଳୟରେ ବିଡିଓ ଶୁଭକାନ୍ତ ନାୟକଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଅପରାହ୍ନରେ ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବା ପରେ ଦୁର୍ଗମ ଜାକେଶୀ, ମାର୍ଲାଙ୍ଗା, ଓରା, ଜୁବାଗୁଡା , କଟାବାଡ଼ି ପର୍ତ୍ତମାହା ପର୍ଯ୍ୟନ୍ତ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି। ସେହି ସମୟରେ ଲୁଦୁ, ଦାରାବାଡ଼ି ପର୍ଯ୍ୟଟନ ସ୍ଥଳ ବୁଲି ଦେଖିଥିଲେ। ସନ୍ଧ୍ୟାରେ କୋଟଗଡ ବ୍ଳକକୁ ଫେରି ସମସ୍ତ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟଙ୍କ ସହ ଆଲୋଚନା କରିଥିଲେ। ସାଧାରଣ ଲୋକଙ୍କ ସମସ୍ୟା ବୁଝିଥିଲେ। ଜିଲ୍ଲାପାଳ ଋତୁରାଜ କୋଟଗଡ ବନବିଭାଗ ବଙ୍ଗଳାରେ ରାତ୍ରିଯାପନ କରିଛନ୍ତି। ଦୀର୍ଘ ବର୍ଷ ପରେ କନ୍ଧମାଳ ବାସୀଙ୍କ ମନରେ ଖୁସି ଦେଖାଦେଇଛି। ତାଙ୍କ ଗୁହାରି ଶୁଣିବାକୁ ଜିଲ୍ଲାପାଳଙ୍କ ଦୁର୍ଗମ ଅଞ୍ଚଳରେ ପାଦ ପଡିବାକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି। ସକାଳେ ବି ବିଭିନ୍ନ ବିଭାଗର କର୍ମଚାରୀମାନଙ୍କ ସହ ଆଲେଚନା କରିଛନ୍ତି । କାର୍ଯ୍ୟରେ ଯୋଗ ଦେବାର ମାତ୍ର କିଛି ଦିନ ଭିତରେ କନ୍ଧମାଳର ନୂତନ ଜିଲ୍ଲାପାଳ ଅମ୍ରିତ ଋତୁରାଜ ୫୦ରୁ ଅଧିକ ଗ୍ରାମକୁ ଗସ୍ତ କରି ସାରିଲେଣି। ଏ ଭିତରେ ରହିଛି ଅନେକ ଦୁର୍ଗମ ଅଞ୍ଚଳ। ଶୁକ୍ରବାର କୋଟଗଡ଼ ବ୍ଳକର ଦୁର୍ଗମ ଅଞ୍ଚଳ ପରିଦର୍ଶନ କରିଛନ୍ତି । ସେଠାରେ ଲୋକଙ୍କ ମୌଳିକ ସୁବିଧା ଶିକ୍ଷା, ସ୍ୟାସ୍ଥ୍ୟ, ଗମନା ଗମନ କିଭଳି ଅଛି, ସେ ନେଇ ପଚାରି ବୁଝିଛନ୍ତି । ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ସିଆରପି, ଏମ୍ବିକେ, ମାଛ ଚାଷ, ଛେଳି ଚାଷ କରିବା ସହ ଫୁଲ ଚାଷ କରି କିଭଳି ସ୍ବାବଲମ୍ବୀ ହୋଇପାରିବ ଏନେଇ ପରାମର୍ଶ ଦେଇଥିଲେ। ବିଶେଷ କରି କୋଟଗଡ଼ ବ୍ଳକରେ ସୋରିଷ ଫୁଲ, ସୂର୍ଯ୍ୟମୁଖି ଫୁଲ ଚାଷ କରିବା ପାଇଁ ଉର୍ବର ମାଟି ରହିଛି । ତେଣୁ ଏହା କିଭଳି ଅଧିକରୁ ଅଧିକ ଚାଷ ହୋଇପାରିବ ସେ ନେଇ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଲୁଦୁ ଜଳ ପ୍ରପାତ ଓ ଡରବାଲି ଜଳପ୍ରପାତର ଉନ୍ନତି ନେଇ ମଧ୍ୟ ଆଲୋଚନା କରିଥିଲେ। ସରକାରୀ ଯୋଜନା କିପରି ଦୁର୍ଗମ ଅଞ୍ଚଳବାସୀ ଙ୍କ ନିକଟରେ ପହଞ୍ଚି ପାରିବ ଏନେଇ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ