ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା; ରାସ୍ତାରେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ


ବୁଣ୍ଡି: ରାଜସ୍ଥାନର ବୁଣ୍ଡିରେ ମର୍ମନ୍ତୁଦ ଦୁର୍ଘଟଣା । ଚାଲିଗଲା ୬ଜଣ ତୀର୍ଥଯାତ୍ରୀଙ୍କ ଜୀବନ । ୩ ଜଣ ତୀର୍ଥଯାତ୍ରୀ ଗୁରୁତର ଆଡତ ଅବସ୍ଥାରେ ମେଡିକାଲରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି । ଆଜି ସକାଳେ ତୀର୍ଥଯାତ୍ରୀଙ୍କୁ ନେି କାରଟି ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି ।

ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ଦେୱାସର କିଛି ତୀର୍ଥଯାତ୍ରୀ ରାଜସ୍ଥାନର ସିକର ଜିଲ୍ଲାରେ ଥିବା ଖଟୁଶ୍ୟାମ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ । ଏହି ସମୟରେ ଜୟପୁର ଜାତୀୟ ରାଜପଥ ହିନ୍ଦୋଲି ନିକଟରେ ସେମାନଙ୍କ କାରକୁ କୌଣସି ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣା ସ୍ଥଳରେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ତୀର୍ଥଯାତ୍ରୀ କାରକୁ ଏକ ଅଜଣା ଗାଡ଼ି ଧକ୍କା ଦେଇଛି । ଆମେ ଗାଡ଼ିକୁ ଚିହ୍ନଟ କରିବା ସହ ମୃତକଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛୁ ।