Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ଧମାଳରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଉଦଯାପିତ

କନ୍ଧମାଳ: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ଗାନ୍ଧୀ ସ୍ମୁତି ଗୃହରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହେବା ପରେ ରବିବାର ଉଦଯାପିତ ହୋଇଯାଇଛି l ଏଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ଗୁରୁ ଯୋଗ ଦେଇଥିଲେ । ସତ୍ୟସାଇ ସେବା ସଂଗଠନ ର ମୂଳ ଉଦେଶ୍ୟ ତା’ର କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା l ପ୍ରତ୍ୟେକ ଗ୍ରାମରେ ଯେପରି ସତ୍ୟସାଇ ବାଳ ବିକାଶ କାର୍ଯ୍ୟକ୍ରମ ହେବ ସେଥି ପ୍ରତି ଗୁରୁତ୍ୱ ଦେବାପାଇଁ ରାଜ୍ୟ ସଭପତି ଡ଼.ସତ୍ୟ ସ୍ବରୂପ ପଟ୍ଟନାୟକ ସମସ୍ତ ଗୁରୁ ମାନଙ୍କୁ ଅନୁରୋଧ କରିଥିଲେ। ବାଳ ବିକାଶ ପିଲା ମାନଙ୍କ ଭବିଷ୍ୟତ ଗଢିବାର ମୂଳ ଲକ୍ଷ୍ୟ, ଛୋଟ ପିଲାମାନେ ଯେପରି ଉତ୍ତମ ଭାବରେ ସଂସ୍କାର ପାଇ ନିଜ ଜୀବନରେ ଭଲ ମଣିଷ ଟିଏ ହୋଇ ପାରିବେ । ବାଳ ବିକାଶ ଦ୍ୱାରା ନିଜ ବପା, ମା ଙ୍କ ଓ ଦେଶର ଉତ୍ତମ ମଣିଷ ଟିଏ ହୋଇ ପାରିବ ସେଥି ପ୍ରତି ଯତ୍ନବାନ ହେବା ପାଇଁ ସାହାଯ୍ୟ କରିବ । ୨୦୨୫ ମସିହା ନଭେମ୍ବର ମାସରେ ସତ୍ୟସାଇ ବାବାଙ୍କ ୧୦୦ ବର୍ଷ ଫୁର୍ତ୍ତି ଅବସରରେ ପ୍ରତ୍ୟେକ ଜିଲ୍ଲାରେ ୧୦୦ ଟି ବାଳ ବିକାଶ କେନ୍ଦ୍ର ଯେମିତି ହୋଇ ପାରିବ ସେଥି ପ୍ରତି ସବୁ ଜିଲ୍ଲା ସଭାପତି ଗୁରୁତ୍ଵ ଦେବା ପାଇଁ ରଜ୍ୟ ସଭାପତି ଦାୟିତ୍ୱ ଦେଇଥିଲେ। ଏହି ସମ୍ମିଳନୀରେ ରାଜ୍ୟର ସତ୍ୟ ସାଇ ସେବା ସଙ୍ଗଠନରେ ଦାୟିତ୍ଵରେ ଥିବା ରାଜ୍ୟ ଉପସଭାପତି ପ୍ରତାପ ମହାନ୍ତି ଓ ସାଇ ପ୍ରସାଦ ଦାସ, ରାଜ୍ଯ ଶିକ୍ଷା ସଂଯୋଜକ ଅମୀୟ ରଞ୍ଜନ କାନୁନଗୋ ଓ ନିହାରିକା କାନୁନଗୋ, ରାଜ୍ଯ ବାଳ ବିକାଶ ତାଲିମ୍ ଓ କର୍ମଶାଳା ଦାୟିତ୍ଵରେ ଥିବା ଶିବ ପ୍ରସାଦ ମହାନ୍ତି, ପ୍ରାକ୍ ସେବାଦଳ ନିର୍ବାହକ ନିହାର ଦାସ, ରାଜ୍ଯ ସ୍କୁଲ ବାଳ ବିକାଶ ଦାୟିତ୍ଵରେ ଥିବା ଜୟଚନ୍ଦ୍ର ବେହେରା , ରାଜ୍ଯ ବାଳବିକାଶ ଆଲୁମିନା ଦାୟିତ୍ଵରେ ଥିବା ମନିଷା ଦେବତା, ରାଜ୍ଯ ବାଳ ବିକାଶ କୋଡ଼ିନେସନ ଦାୟିତ୍ଵରେ ଥିବା ଇଭା ପାଢ଼ୀ, ରାଜ୍ଯ ବାଳବିକାଶ କୋଡ଼ିନେସନ କମିଟି ମେମ୍ବର ସରିତା ଦାସ ପ୍ରମୁଖ ଉପସ୍ଥିତ ରହି ରାଜ୍ୟର କୋଣ ଅନୁ କୋଣରୁ ଆସିଥିବା ସମସ୍ତ ଗୁରୁ ମାନଙ୍କୁ ପ୍ରୋଜେକ୍ଟ ର ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । କନ୍ଧମାଳ ଜିଲ୍ଲା ସତ୍ୟ ସାଇ ସେବା ସଙ୍ଗଠନ ର ସଭାପତି ଡ଼.ମଧୁସୂଦନ ମହାପାତ୍ର ,ପୂର୍ବତନ ଜିଲ୍ଲା ସଭାପତି ବି.ଭି.ନାରାୟଣ ମୂର୍ତ୍ତୀ,ଫୁଲବାଣୀ ସତ୍ୟସାଇ ସେବା ସମିତି ଆବାହକ ବ୍ୟାମକେଶ୍ ତ୍ରିପାଠୀ ଓ ସମିତି ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତି ଯୋଗୁଁ କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ବାଳ ବିକାଶ ସମ୍ମିଳନୀ ସଫଳ ହୋଇପାରିଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ