Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବିଜୁ ଜନତା ଦଳ ପକ୍ଷରୁ ବଜରଙ୍ଗ କଲ୍ଯାଣ ମଣ୍ଡପରେ ବ୍ଲକ ସ୍ତରୀୟ କର୍ମୀ ସମାବେଶ

ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଁଖାଇ ଭେଟଘାଟ ତଥା ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବୁଧବାର ବୀରମହାରାଜପୁର ସ୍ଥିତ ବଜରଙ୍ଗ କଲ୍ଯାଣ ମଣ୍ଡପରେ ଆୟୋଜିତ ବ୍ଲକ ଯୁବ ବିଜେଡି ସଭାପତି ତଥା ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଙ୍କ ଆବାହକତ୍ବ କ୍ରମେ ଆୟୋଜିତ କର୍ମୀ ସମାବେଶରେ ସୁବର୍ଣ୍ଣପୁର ଜିଲ୍ଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସଂଗଠନ କୁ ମଜବୁତ କରି ପୂର୍ବ ସ୍ଥିତି ବଜାୟ ରଖିବାକୁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ବନ୍ଧୁମିଳନ ସଭାରେ ବ୍ଲକ ବିଜେଡି ସଭାପତି ସ୍ଵୟମ୍ଭୁ ନାଥ ଖଣ୍ଡଗିରି , ଜିଲ୍ଲା ବିଜେଡି ଉପ ସଭାପତି କିଶୋର ହୋତା , ସାଧାରଣ ସମ୍ପାଦକ ଧୀରେନ୍ଦ୍ର ନାରାୟଣ ପଣ୍ଡା , ମନୋଜ କୁମାର ସାହୁ, ସଂଜୀବ ଦେହୁରୀ , ଲଳିତ ମୋହନ ପାତ୍ର , ରାଜ୍ୟ ବିଜୁ ମହିଳା ଜନତା ଦଳ ସାଧାରଣ ସମ୍ପାଦିକା ସୁଲୋଚନା ହୋତା , ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ବିଜୁ ମହିଳା ବ୍ଲକ ସଭାନେତ୍ରୀ ଶ୍ରୀୟା କର୍ମୀ , ଵିଵସ୍ବତୀ ପଣ୍ଡା , ଭଗବାନ କର୍ଣ୍ଣ , ଆଲୋକ ଦେହୁରୀ , ପ୍ରଦୀପ ମିଶ୍ର , ଶେଷଦେବ ବାରିକ ପ୍ରମୁଖ ଯୋଗଦେଇ ଦଳ କୁ ଅଧିକ କ୍ରିୟାଶୀଳ କରିବାପାଇଁ ଆହ୍ୱାନ ଦେଇଥିଲେ l ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଚମ୍ପାମାଲ ସରପଞ୍ଚ ମହେନ୍ଦ୍ର ଜଗଦଲା , ପିତାମହୁଲ ସରପଞ୍ଚ ଆକସ୍ମିତା ବଢିଆ , ସମିତି ସଭ୍ୟ ଲକ୍ଷ୍ମୀ ନାରାୟଣ ପୁରୋହିତ , ସପ୍ନ କର୍ମୀ, ବବିତା ବାଘ , ରିତା ଗାର୍ଡିଆ , ଶୈଳ ରଞ୍ଜନ ବାଦୀ , ସମସ୍ତ ସରପଞ୍ଚ , ସମିତି ସଭ୍ୟଙ୍କ ସମେତ ୫ ଶହ ରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଯୋଗଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ଦୁର୍ଗେସ ପଣ୍ଡା , ନାରାୟଣ ମଲ୍ଲିକ , ନିରୋଦ ପାଣ୍ଡେ ପ୍ରମୁଖ ସହଯୋଗ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ