Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁବଳୟା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ହାଇସ୍କୁଲ ରେ ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅମୁଷ୍ଠିତ ହୋଇଯାଇଛି।ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ନିର୍ଦ୍ଦେଶକ୍ରମେ ବ୍ଲକର ସମସ୍ତ ହାଇସ୍କୁଲରୁ ୩୮ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ବିଜ୍ଞାନ ଆଲୋଚନାଚକ୍ର ର ଉଦଘାଟନୀ ଉତ୍ସବରେ ସୁବଳୟା ହାଇସ୍କୁଲ ର ପ୍ରଧାନଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ବେହେରା ପୌରୋହିତ୍ୟ କରିଥିଲେ । ରେଢାଖୋଲ ସ୍ଥିତ ଭୀମ ଭୋଇ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ହରପ୍ରସାଦ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ ପ୍ରଦାନ କରିଥିଲେ। ଚଳିତ ବର୍ଷ ଆଲୋଚନାଚକ୍ର ର ବିଷୟ ‘କୃତ୍ରିମ ବୁଦ୍ଧିମତା – ସମ୍ଭାବ୍ୟତା ଓ ପ୍ରଜୁଯ୍ୟତା ‘ ଉପରେ ଅଂଶ ଗ୍ରହଣ କରିଥିବା ଛାତ୍ର ଛାତ୍ରୀ ମତବ୍ୟକ୍ତ କରିଥିଲେ । କଟାପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ମିଶ୍ର ଓ ଡୁଙ୍ଗୁରୀପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ନନ୍ଦିନୀ ମାହାଣା ବିଚାରକ ଭାବେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଏଥିରେ ବୀରମହାରାଜପୁର ବାଳିକା ହାଇସ୍କୁଲ ର ଶ୍ରୀୟା ପ୍ରିୟଦର୍ଶିନୀ ମେହେର ପ୍ରଥମ , କେନ୍ଦୁପାଲି ଉଚ୍ଚ ବିଦ୍ୟାଳୟର ନନ୍ଦିନୀ ମେହେର ଦ୍ବିତୀୟ ଓ କେନଝିରିଆପାଲି ଉଚ୍ଚ ବିଦ୍ୟାଳୟର ଲିଜା ବାଘ ତୃତୀୟ ସ୍ଥାନ ହାସଲ କରି ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଯୋଗ୍ୟ ବିବେଚିତ ପ୍ରତିଯୋଗୀ ଆସନ୍ତା ୨୫ ତାରିଖରେ ସୋନପୁର ସ୍ଥିତ ମହାରଜା ହାଇସ୍କୁଲ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ରେ ଅଂଶ ଗ୍ରହଣ କରିବେ ବୋଲି ସୁଚନା ପ୍ରଦାନ କରାଯାଇଛି । ଉଦଯାପନୀ ଉତ୍ସବରେ ବୀରମହାରାଜପୁର ସରକାରୀ ବାଳକ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ବଡକିରାସିରା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସୁର୍ଯ୍ୟନାରାୟଣ ସିଆଲ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସୁବଳୟା ହାଇସ୍କୁଲ ର ବିଜ୍ଞାନ ଶିକ୍ଷୟିତ୍ରୀ ପ୍ରତିମା ବାଘ ଧନ୍ୟବାଦ ଅର୍ପଣ କରିଥିଲେ ।