କର୍ଡାପାଳ ଗ୍ରାମରେ ମହାଷ୍ଟମୀ ପୂଜା ଉପଲକ୍ଷେ ରାବଣ ଡରବାର୍ ପାଇଁ ଶୁଭସ୍ତମ୍ଭ ସ୍ଥାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୁର୍ଷୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡ଼ାପାଳ ଗ୍ରାମରେ ମା ମାହେଶ୍ୱରୀ ଦେବୀ ଙ୍କ ମହାଷ୍ଟମୀ ପୂଜା ଅବସରରେ ରାବଣ ଦରବାର ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ଓ ରାବଣ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସକାଳୁ ପୂଜାର୍ଚ୍ଚନା କରି ରାବଣ ଦରବାର ପାଇଁ ଶୁଭ ସ୍ତମ୍ଭ ସ୍ଥାପନ କରାଯାଇଥିଲା । ରାବଣ ଭୂମିକାରେ ଅଭିନୟ କରୁଥିବା ଡୁଙ୍ଗୁରିପାଲିର ପ୍ରଫୁଲ୍ଲ କୁମାର ମେହେରଙ୍କୁ ଗୁଆ ନଡ଼ିଆ ଓ ଉପଢ଼ୌକନ ଦେଇ ବରଣ କରାଯାଇଥିଲା । ଶେଷରେ ଏକ ଆଧ୍ୟାତ୍ମିକ ପରିବେଶରେ ନଗର ପରିକ୍ରମା କରାଯାଇଥିଲା l ଏ ବର୍ଷ ରାବଣ ଦରବାର ସାଙ୍ଗକୁ ମିନାବଜାର ଓ ମନୋରଞ୍ଜନ ସକାଶେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପାଞ୍ଚ ଦିନ ଧରି ଆୟୋଜିତ ହେବାକୁ ସ୍ଥିରୀକୃତ ହୋଇଛି । ଏଥିରେ ରାଧାନାଥ ହୋତା , ବିଶ୍ୱବାସ ହୋତା , ରାଧାନାଥ ହୋତା , ରାଜ ଗିରିଙ୍ଗା , ରାଇଧର ବିଶ୍ୱାଳ , ସନତ ହୋତା , ଗଣେଶ ମିଶ୍ର , ଅକ୍ରୁର ନାଏକ , ଋଷୁଦ୍ଧ ସାମଲ , ତିରି ସାମଲ ଓ ଗୁପ୍ତେଶ୍ୱର ପଧାନ ନେତୃତ୍ବ ନେଇଥିବା ବେଳେ ଗ୍ରାମବାସୀ ସହଯୋଗ କରିଥିଲେ।