ଡକାୟତି ମାମଲା ର ମୁଖ୍ୟ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦେlଶରେ ଖଲାସ୍


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଅଞ୍ଚଳରେ ଘଟିଥିବା ଏକ ଡକାୟତି ମାମାଲାର ରାୟ ଶନିବାର ପ୍ରକାଶ ପାଇଛି l ବୀରମହାରାଜପୁର ଏସଡିଜେଏମ୍ କୋର୍ଟ ମାମଲାର ମୁଖ୍ଯ ଅଭିଯୁକ୍ତ ଙ୍କୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି I ମାମଲା ର ବିବରଣୀ ରୁ ପ୍ରକାଶ ଯେ ବୀରମହାରାଜପୁର ଥାନା ଅଧୀନରେ ଥିବା ତତ୍କାଳୀନ ସୁବଳୟା ଫାଣ୍ଡି ଅନ୍ତର୍ଗତ ଗରିଆମୁଣ୍ଡା ନିକଟସ୍ଥ ଜଙ୍ଗଲ ରାସ୍ତାରେ 2006 ମସିହାରେ ଉକ୍ତ ଡକାୟତି ହୋଇଥିଲା l ମୁରଶୁଣ୍ଢୀ ପଞ୍ଚାୟତ ଅନ୍ତର୍ଗତ କର୍ଡାପାଳ ସାପ୍ତାହିକ ଗୋରୁ ବଜାର କୁ ଆସୁଥିବା କେନ୍ଦୁଝର ଜିଲ୍ଲା ର ଗୋରୁ ବେପାରୀ ମାନଙ୍କୁ ପୂର୍ବରୁ ଛକିରହିଥିବା କେତେକ ବ୍ୟକ୍ତି ଅତର୍କିତ ଆକ୍ରମଣ କରି 7 ରୁ 8 ଲକ୍ଷ ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିବା ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଥିଲା I ଡକାୟତି ଦଳରେ ଥିବା 8 ଜଣଙ୍କ ମଧ୍ୟରୁ ବିଭିନ୍ନ ସମୟରେ 7 ଜଣ ଅଭିଯୁକ୍ତ କୋର୍ଟ ରୁ ଖଲାସ୍ ହୋଇଥିଲେ I ମାତ୍ର ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଥିଲେ ଅମିତ ଦାସ I ମାମଲାର ଶୁଣାଣି କରି କୋର୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି l ଉକ୍ତ ମାମଲା କୁ ସରକାରୀ ଓକିଲ ମଧୁସୂଦନ ଆଚାର୍ଯ୍ଯ ପରିଚାଳନା କରିଥିଲେ I