Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋ- ଚାଲାଣ ରୋକିବାରେ ପୁଲିସ ର ନିଷ୍କ୍ରିୟତା ପ୍ରତିବାଦରେ ସୁବଳୟା ଥାନା ଘେରାଉ କଲେ ଉତ୍ୟକ୍ତ ଯୁବ ଗୋଷ୍ଠୀ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଞ୍ଚଳ ଦେଇ ପ୍ରତିଦିନ କଣ୍ଟେନର ଯୋଗେ ବେଆଇନ ଗୋ- ଚାଲାଣ ହେଉଛି l ଏହି ଘଟଣାରେ ସ୍ଥାନୀୟ ପୋଲିସ ର ସହାୟତା ରହିଥିବା ଲୋକେ ଅଭିଯୋଗ କରିଛନ୍ତି I ଅଞ୍ଚଳର କେତେକ ଯୁବକ ଗୋଚାଲାଣ ରୋକିବାକୁ ପୁଲିସ ର ସହାୟତା ଲୋଡିଥିଲେ I ହେଲେ ପୁଲିସ ଉକ୍ତ ଘଟଣାରେ ନିରବ ରହିଥିଲା I ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ରବିବାର ସୁବଳୟା ଥାନା ଘେରାଉ କରି ଉକ୍ତ କଣ୍ଟେନର ରେ ଥିବା ଗୋରୁଗୁଡିକୁ ଫେରାଇ ଆଣିବାକୁ ଅଡି ବସିଥିଲେ l ମିଳିଥିବା ସୂଚନା ଅନୁସାରେ ଗତ 21 ତାରିଖ ରାତିରେ ଏକ ଗୋଚାଲାଣକlରି ଦଳ ସୁବଳୟା ଥାନା ଅଞ୍ଚଳ ର ଗରିଆମୁଣ୍ଡା ଠାରେ ଏକ ବଡ କଣ୍ଟେନର ରେ ଗୋରୁ ବୋଝେଇ କରି ନେବାକୁ ପ୍ରୟାସ କରୁଥିଲେ I ଖବର ପାଇ ସ୍ଥାନୀୟ ଯୁବକ ମାନେ ଗୋଚାଲାଣ କୁ ଅଟକାଇବା ସହ ବେପାରୀ ଓ ଗୋ-ଚାଲାଣକାରୀଙ୍କୁ ଅଟକ ରଖି ସୁବଳୟା ଥାନା କୁ ସୂଚନା ଦେଇଥିଲେ l ହେଲେ ସୁବଳୟା ଥାନାରୁ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ କୌଣସି ସହାୟତା ମିଳି ନ ଥିଲା l ତେଣୁ ଉକ୍ତ ଯୁବକମାନେ ସ୍ଥାନୀୟ ବିଧାୟକ ଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ l ବିଧାୟକ ଇଂ ରଘୁନାଥ ଜଗଦଳା ତୁରନ୍ତ ସୁବଳୟା ଥାନା , ବୀରମହାରାଜପୁର ଏସ୍ ଡିପିଓ , ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଏବଂ ରେଢ଼ାଖୋଲ ଥାନା କୁ ଗୋ-ବୋଝେଇ ଗାଡି କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ l ହେଲେ ସୁବଳୟା ଥାନା ରୁ 10 କିମି ଦୂରକୁ ପୁଲିସ ପହଁଚି ପାରି ନ ଥିବାବେଳେ 25 କିମି ଦୂର ରେଢ଼ାଖୋଲ ପୁଲିସ ପହଁଚି ଗୋ ବୋଝେଇ କଣ୍ଟେନର କୁ ଅଟକାଇ ଥିଲେ I ହେଲେ କଣ୍ଟେନର ରେ ଥିବା ଗୋରୁଗୁଡିକୁ ଗରିଆମୁଣ୍ଡା-ବିଶିପାଲି ରାସ୍ତରେ ଛାଡି ଦେଇଥିଲେ l ଯୁବକମାନେ କିଛି ଗୋ ବେପାରୀ ମାନଙ୍କୁ ଅଟକ ରଖି ପୁଲିସ ଜିମା ଦେଇଥିଲେ l ଏହି ଘଟଣାରେ ସୁବଳୟା ଥାନା ଏବଂ ରେଢ଼ାଖୋଲ ଥାନାରେ ଏକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି l ବାରମ୍ବାର ଅଭିଯୋଗ ହେଉଥିବା ବେଳେ ସୁବଳୟା ପୁଲିସ ଭୂମିକା କୁ ସ୍ଥାନୀୟ ଯୁବକ ବିରୋଧ କରି ଥାନା ଘେରାଉ କରିବା ସହିତ ଗୋରୁ ଗୁଡ଼ିକ ନେଇ ଫେରାର ମାରିଥିବା ବେଳେ କିଆକଟା ଥାନା ରେ ଅଟକ ରଖିଥିବା ଗୋରୁ ଗୁଡ଼ିକ ଅନ୍ୟ ଗାଡ଼ି ସାହାଯ୍ୟ ଚାଲାଣ ହୋଇଥିବା ଅଭିଯୋଗ କରିବା ସହ ଉକ୍ତ ଗୋରୁ ଗୁଡ଼ିକ ଫେରେଇ ଆଣିବାକୁ ଯୁବକ ମାନେ ଅଡି ବସିଥିଲେ l ଏ ନେଇ ବୀରମହାରାଜପୁର ଉପ ଖଣ୍ଡ ପୁଲିସ ଅଧିକାରୀ ବାସୁଦେବ ଛତ୍ରିଆ ଙ୍କ ସହ ଯୋଗାଯୋଗ କରାଯିବାରୁ ଆମେ ଯେତେବେଳେ ସୂଚନା ପାଇଲୁ ଉକ୍ତ ସ୍ଥାନକୁ ପହଞ୍ଚିବା ପୂର୍ବରୁ ଗାଡ଼ି ଟି ସେଠାରେ ନ ଥିଲା କି ଗୋରୁ ମଧ୍ୟ ନ ଥିଲେ l ଆମେ ରେଢ଼ାଖୋଲ ଏଡ଼ିପିଓ ଙ୍କୁ କହିବା ପରେ ଗାଡ଼ି କୁ ରେଢ଼ାଖୋଲ ଥାନା ଅଧିକାରୀ ଅଟକ ରଖିଛନ୍ତି କିନ୍ତୁ ଉକ୍ତ ଗାଡ଼ିଟି ଖାଲି ଗାଡ଼ି ବୋଲି ଜଣାପଡିଛି l ସ୍ଥାନୀୟ ଯୁବକ ଙ୍କ ଅଭିଯୋଗ ଅନୁସାରେ ଆମେ ଗୋରୁ ଖୋଜିଛୁ l ଲୋକ ଯଦି ରାସ୍ତା ରେ ଚଲେଇ କି ନେଇଥିଲେ କିପରି ଜଣାପଡିବ ଏବଂ ଆମ ଉଭୟ ଥାନା ଅଞ୍ଚଳ ରେ ଗାଡ଼ି ରେ ଗୋରୁ ବୋଝେଇ ହୋଇ ଚାଲାଣ ହେଉ ନ ଥିବା କହିଥିଲେ I