Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଜିଲ୍ଲାପାଳ ଙ୍କୁ ବରିଷ୍ଠ ନାଗରିକ ପରିଚୟ ପ୍ରଦାନ ପାଇଁ ଦାବି ପତ୍ର

ବୀରମହାରାଜପୁର : (ସୌମିତ୍ରି ମେହେର) ବିରମହlରାଜପୁର ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଗଠନ ରେ ପଞ୍ଜିକୃତ ହୋଇଥିବା ନୂତନ ସଦସ୍ୟ/ ସଦସ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ ଆଜି ଅନୁଷ୍ଠାନ ତରଫରୁ ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କୁ ଅନୁରୋଧ କରା ଯାଇଥିଲା । ସଂଗଠନର ସଭାପତି ଡ.ପ୍ରଫୁଲ୍ଲ କୁମାର ରଥଙ୍କ ସହିତ ସଦସ୍ୟ ଡ.ଦ୍ଵିତୀକୃଷ୍ଣ ପଣ୍ଡା , ଚମରା ମହାକୁର ଓ ସୁରୁ ସାହୁ ପ୍ରମୁଖ ବ୍ଲକ୍ କାର୍ଯ୍ୟାଳୟ , ବୀରମହାରାଜପୁର କୁ ଯାଇ ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଥିଲେ । ପ୍ରକାଶ ଥାଉକି ସଦସ୍ୟ ସଦସ୍ୟା ମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପାଇଁ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫ ତା:୨୨-୦୮-୨୦୨୧ , ସଂ ୭ ତା:୩୦-୦୭-୨୨, ସଂ- ୨୭ ତା ୧୭-୦୮-୨୪ ମତେ ଅନୁରୋଧ କରା ଯାଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ନ ହେବାରୁ ପୁନଶ୍ଚ ଚିଠି ନଂ ୨୯ ତା ୨୩-୦୯-୨୦୨୪ ମତେ ଜିଲ୍ଲାପାଳ ସୁବର୍ଣ୍ଣପୁର ଙ୍କୁ ଅନୁରୋଧ କରାଯାଇଛି ବୋଲି ସଭାପତି ପ୍ରକାଶ କରିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।