ବୀରମହାରାଜପୁର ରେ ଜି ଏସ୍ ଟି ଚଢାଉ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ରାସ୍ତା ଉପରେ ଥିବା ପାତ୍ର ଏଜେନ୍ସି ନାମକ ଏକ ଦୋକାନରେ ସୋମବାର ଜି ଏସ୍ ଟି ଚଢାଉ ହୋଇଛି l ପୂର୍ବରୁ ଅଭିଯୋଗ ହୋଇଥିବା ଏହି ଦୋକାନ ର ମାଲିକ ନାରାୟଣ ପାତ୍ର ଙ୍କ ଦୋକାନ , ବାସଗୃହ ଓ ଗୋଦାମ ରେ ଚଢାଉ କରିଥିଲେ ବଲାଙ୍ଗୀର ର ସି ଟି ଏବଂ ଜି ଏସ୍ ଟି ୟୁନିଟ୍ I ସେ ବିକ୍ରି କରୁଥିବା ସିମେଣ୍ଟ , ଟି ଏମ୍ ଟି ଲୁହା ରଡ୍, ଟାଇଲସ , ଆଜବେଷ୍ଟସ୍ ଆଦି ରେ ଟେକ୍ସ ଦେବାରେ ଅନିୟମିତତା ହୋଇଥିବା ଅଭିଯୋଗରେ ବଲାଙ୍ଗୀର ସର୍କଲ ଓ ରେଞ୍ଜର ସହାୟତାରେ ଚଢାଉ କରାଯାଇ କମ୍ପ୍ୟୁଟର୍ ତଥା ବିଭିନ୍ନ କାଗଜପତ୍ର ଜବତ କରାଯାଇଛି I ଏହି ଚଢାଉ ଉକ୍ତ ଦିନ ଅପରାହ୍ଣ ରୁ ସନ୍ଧ୍ୟା ପଯ୍ୟନ୍ତ ଚାଲିଥିବା ବେଳେ ଏ ନେଇ ଦୋକାନୀ ଶ୍ରୀ ପାତ୍ର କୁ ସମାନ ଜାରି କରି ସେପ୍ଟେମ୍ବର 27 ରେ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ନୋଟିସ କରାଯାଇଛି l ଜି ଏସ୍ ଟି ଚଢ଼ାଉ ଟିମ୍ ରେ ଡେପୁଟି କମିଶନର କିଶୋର ମେହେର , ଆସିଷ୍ଟାଣ୍ଟ କମିଶନର ରାଜେନ୍ଦ୍ର ନାଏକ , ସି ଟି ଏବଂ ଜି ଏ ଏସ୍ ଟି ଅଧିକାରୀ ଜିତେନ୍ଦ୍ର ବାଗ , ଆସିଷ୍ଟାଣ୍ଟ ସି ଟି ଏବଂ ଜି ଏସ୍ ଟି ଅଧିକାରୀ ସରୋଜ କୁମାର ବରିହା ଏବଂ ବଲାଙ୍ଗିର ସର୍କଲ ରେଞ୍ଜର ରଞ୍ଜନ କର୍ମୀ , ପୂର୍ଣ୍ଣନ୍ଦୁ ଶବର ପ୍ରମୁଖ ଙ୍କ ସହିତ ସୋନପୁର ପୋଲିସ ଟିମ୍ ମଧ୍ୟ ଉକ୍ତ ଚଢାଉ ରେ ସାମିଲ ଥିବା ଜଣାପଡ଼ିଛି I