ବୀରମହାରାଜପୁର ବ୍ଲକ ସଭା ଗୃହରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଅଭିଯୋଗ ଶୁଣାଣି ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଅଞ୍ଜିଲିନା ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସମୀକ୍ଷା କରିଥିବାବେଳେ ବୀରମହାରାଜପୁର ବିଡ଼ିଓ ପ୍ରିୟଦର୍ଶିନୀ ମିର୍ଦ୍ଧା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା , ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ , ସାମାଜିକ ସମୀକ୍ଷା ବ୍ଲକ ପ୍ରତିନିଧି କିଶୋର ହୋତା , ପ୍ରଭଞ୍ଜନ କର୍ମୀ , ରାଜ କୁମାର ମହାକୁର , ସୁଧାଂଶୁ କର୍ଣ୍ଣ ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମନରେଗା ର ସଫଳ ରୂପାୟନ ପାଇଁ ମିଳିତ ଉଦ୍ୟମ ଦରକାର ବୋଲି ପ୍ରକାଶ କରିଥିଲେ l ବ୍ଲକ ସାମାଜିକ ସମୀକ୍ଷା କୋଡିନେଟର ଚୈତନ୍ୟ ମଲ୍ଲିକ ଗତ ୨0୨3-୨4 ଆର୍ଥିକ ବର୍ଷ ର ବିବରଣୀ ପ୍ରଦାନ କରିଥିଲେ l ବିଗତ କାର୍ଯ୍ୟକ୍ରମ ଦିବସ ରେ ଅନିୟମିତତା ଦର୍ଶାଇ ବିଭିନ୍ନ ଗ୍ରାମ ପଞ୍ଚାୟତ କୁ ପ୍ରାୟ ୨0 ହଜାର ଜରିବାନା କରାଯାଇଥିଲା l ଉକ୍ତ ଅର୍ଥ ରାଶି ପୈଠ କରିନଥିବାରୁ ଉଦବେଗ ପ୍ରକାଶ କରିବା ସହିତ ସେମାନଙ୍କୁ ତୁରନ୍ତ ନୋଟିସ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମତ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ବନବିଭାଗ ର ଏ ଏସ.ସି.ଏଫ ଅବିନାଶ ବେରିହା , ଜଳଛାୟା ପ୍ରକଳ୍ପ ଅଧିକାରୀ , ଉଦ୍ୟାନ ବିଭାଗ ଅଧିକାରୀ , ପୂର୍ବତନ ହିଲୁଙ୍ଗ ସମିତି ସଭ୍ୟ ସୁରୁ ନାରାୟଣ ମହାକୁର , ବ୍ଲକ ସହକାରୀ ଯନ୍ତ୍ରୀ , ସମସ୍ତ ଯନ୍ତ୍ରୀ , ଗ୍ରାମ ପଞ୍ଚାୟତ ଅଧିକାରୀ , ଜି ଆର ଏସ , ଭି.ଆର. ବି ଙ୍କ ସମେତ ସମେତ ଶତାଧିକ ହିତାଧିକାରୀ ଯୋଗ ଦାନ କରିଥିଲେ l ବର୍ଷ ସାରା ଶହେ ଦିନର କାର୍ଯ୍ୟ ଦିବସ ପୂରଣ କରିଥିବା ୧0 ଜଣ ଶ୍ରମିକ ଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ୱର୍ଦ୍ଧନା ଦିଆ ଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ବ୍ଲକ ଅତିରିକ୍ତ ପ୍ରୋଗ୍ରାମ ଅଫିସର ସମିତ ମହାକୁର ପରିଚାଳନା କରିଥିବାବେଳେ କିଶୋର ହୋତା ଧନ୍ୟବାଦ ଅର୍ପଣ କରିଥିଲେ l